ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’
1 min read
ଭୁବନେଶ୍ୱର: ସାରା ଭାରତୀୟଙ୍କ ଗର୍ବ ଗୌରବର ପ୍ରତୀକ ତ୍ରିରଙ୍ଗା ପତାକା। ଏହା ପ୍ରତି ସମୟରେ ସ୍ବାଧିନତା ସଂଗ୍ରାମର ଇତିହାସ ଏବଂ ମହାପୁରୁଷଙ୍କ ବଳିଦାନର କାହାଣୀକୁ ଅନୁଭବ କରେଇଥାଏ । ଲୋକଙ୍କ ହୃଦୟରେ ଦେଶପ୍ରତି ସାମୂହିକ ଗର୍ବ, ଏକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ତରଫରୁ “ହର ଘର ତ୍ରିରଙ୍ଗା” ଶୀର୍ଷକରେ ଏକ ରାଲି ଆୟୋଜିତ କରାଯାଇଅଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ଟା ସମୟରେ ଗେଟ୍ ନଂ ୨ ଠାରେ ଅନୁଷ୍ଠିତ କରାଯାଇଅଛି।ଏହି ରାଲି ମାଧ୍ୟମରେ ଜାତୀୟ ପତାକାକୁ ସମ୍ମାନ ଦେବାର ବାର୍ତ୍ତା ପ୍ରଚାର କରାଯାଇଛି। ହର ଘର ତ୍ରିରଙ୍ଗା ଧ୍ବନିରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଯୋଗଦେଇଥିଲେ। ଏଥି ସହ ଏନ୍.ସି.ସି. , ଏନ୍.ଏସ.ଏସ. , ୟୁଥ୍ ରେଡ୍ କ୍ରସ୍ ଓ ବିଭିନ୍ନ ବିଭାଗର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସଫଳ ମଣ୍ଡିତ କରିଥିଲେ।