October 25, 2025

ହୁ ହୁ ହୋଇ ବଢୁଥିବା ସୁନା ଦାମ ଦୀପାବଳି ପରେ ଖସିଛି

1 min read

ନୂଆଦିଲ୍ଲୀ: ସୁନା ଦରରେ ଲାଗିଲା ବ୍ରେକ୍। ହୁ ହୁ ହୋଇ ବଢୁଥିବା ସୁନା ଦାମ ଦୀପାବଳି ପରେ ଖସିଛି। ୫ ଦିନରେ ୧୦ ଗ୍ରାମ ସୁନା ପ୍ରାୟ ୭ ହଜାର ଟଙ୍କା ଶସ୍ତା ହୋଇଛି।

ଏବେ ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ରହିଛି, ଯାହା ଦୀପାବଳି ପୂର୍ବରୁ ୧ ଲକ୍ଷ ୩୨ ହଜାର ଟଙ୍କା ସହ ରେକର୍ଡ ସ୍ତରରେ ପହଞ୍ଚିଥିଲା। ସେହିପରି ବର୍ତ୍ତମାନ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧ ଲକ୍ଷ ୧୫ ହଜାର ଟଙ୍କା ରହିଛି।

ବାଣିଜ୍ୟିକ ଉତ୍ତେଜନା ହ୍ରାସ ହେବା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ଖସିଥିବାବେଳେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆଗାମୀ ଦିନରେ ସୁନା ଦର ଆହୁରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ସେହିପରି ରୂପା ମୂଲ୍ୟ ହ୍ରାସ ପାଇଛି।