July 15, 2024

ଗୌତମ ଗମ୍ଭୀର: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍

1 min read

ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ହୋଇଛନ୍ତି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତକରାଯାଇଛି। ମଙ୍ଗଳବାର ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ନେଇ ଗତ କିଛି ମାସ ଧରି ଚର୍ଚ୍ଚା ହେଉଥିଲା। ଏଥିଲାଗି ବିସିସିଆଇ ଓ ଗମ୍ଭୀରଙ୍କ ମଧ୍ୟରେ ଅନେକଥର ଆଲୋଚନା ହୋଇଥିଲା। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଗୌତମ ଗମ୍ଭୀର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଏହି ପଦବୀ ଗ୍ରହଣ କରିବା ତାଙ୍କ ପାଇଁ ବେଶ ସମ୍ମାନର ବିଷୟ। ଗୌତମ ଗମ୍ଭୀର ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଥିଲେ। ସେ ଭରତ ପାଇଁ ଅନେକ ମ୍ୟାଚ୍ ଖେଳିଛନ୍ତି।

Leave a Reply

Your email address will not be published. Required fields are marked *