April 27, 2026

ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ କଲ୍ୟାଣ ମଣ୍ଡପ

1 min read

ଗଞ୍ଜାମ: ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ ଏବେ ଖାଁ ଖାଁ। ବର୍ତ୍ତମାନ ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ କଲ୍ୟାଣ ମଣ୍ଡପ। ଗତ ଅକ୍ଷୟ ତୃତୀୟାରୁ କଲ୍ୟାଣ ମଣ୍ଡପରେ ପୂଜାର୍ଚ୍ଚନା କରାଯିବା ପରେ ବିଧିବଦ୍ଧ ଭାବେ ଅଫିସ କାର୍ଯ୍ୟ ଆରମ୍ଭ ହୋଇଥିବା ଏନ୍‌ଏସି ସିଏମ୍‌ଏମ ଅଞ୍ଜଳି ପାଢ଼ୀ ସୂଚନା ଦେଇଛନ୍ତି। ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ କୋଠାଗୁଡ଼ିକ ଭଗ୍ନ ଅବସ୍ଥାରେ ଥିବା ହେତୁ ସେଗୁଡ଼ିକୁ ଭାଙ୍ଗି ନୂତନ କୋଠା ନିର୍ମାଣ ହେବ ବୋଲି ସିଏମ୍‌ଏମ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ଏନ୍‌ଏସି ପୁରୁଣା ଗୃହଗୁଡ଼ିକ ଭାଙ୍ଗି ସେଠାରେ ନୂତନ ବିଲଡିଂ ନିର୍ମାଣ କରାଯିବା ନେଇ ପୂର୍ବରୁ ଏନ୍‌ଏସି କାଉନସିଲର ବୈଠକରେ ପ୍ରସ୍ତାବ ଦିଆଯିବା ଏବଂ ତାହା ମଞ୍ଜୁର ହୋଇଥିଲା। ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ମୋଟ୍‌ ୬ କୋଟି ବ୍ୟୟ ଅଟକଳ ହୋଇଛି । ପ୍ରଥମ ପର୍ଯ୍ୟାୟରେ ତିନି କୋଟି ଏବଂ ପରବର୍ତ୍ତୀ ସମୟରେ ଆଉ ତିନି କୋଟି ବ୍ୟୟ ବରାଦରେ ଅନୁସାଙ୍ଗିକ ବ୍ୟବସ୍ଥା ସହ ଅତ୍ୟାଧୁନିକ ଗୃହ ନିର୍ମାଣ ହେବ ବୋଲି ଏନ୍‌ଏସି ଇଓ ଅପର୍ଣ୍ଣା ଡାଙ୍ଗୁଆ ସୂଚନା ଦେଇଛନ୍ତି। ସହରବାସୀଙ୍କ ଅବଗତି ନିମନ୍ତେ କଲ୍ୟାଣ ମଣ୍ଡପରେ ଅଫିସ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ହୋଡିଂ ଲଗାଯିବ ବୋଲି ଏନ୍‌ଏସି ପକ୍ଷରୁ କୁହାଯାଇଛି