ମଝି ଆକାଶରେ ସରିଗଲା ଇନ୍ଧନ
1 min read
ନୂଆଦିଲ୍ଲୀ: ମଝି ଆକାଶରେ ସରିଗଲା ଇନ୍ଧନ, ବାଧ୍ୟ ହୋଇ ଗତିପଥ ବଦଳାଇଲା ବିମାନ । ଅହମଦାବାଦ ବିମାନ ଦୁର୍ଘଟଣା ପରେ ବିମାନକୁ ନେଇ ଅଘଟଣ ପରେ ଅଘଟଣର ଖବର ଆସୁଥିବା ବେଳେ ଏବେ ପୁଣି ଆସିଛି ଇଣ୍ଡିଗୋ ବିମାନର ଇନ୍ଧନ ସରିଯିବା ଖବର ।
ତେବେ ଆକାଶପଥ ଦେଇ ଚେନ୍ନାଇ ଯାଉଥିବା ଏକ ବିମାନରେ ଇନ୍ଧନ ଅଭାବରୁ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନି ବିମାନ । ବିମାନର ଇନ୍ଧନ ଅଭାବ ଥିବା ଜାଣି ହଠାତ୍ ପାଇଲଟ୍ ‘ଇନ୍ଧନ ମେଡେ’ ଘୋଷଣା କରିଥିଲେ । ପରେ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନର ଗତିପଥ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା । ଗତ ଗୁରୁବାର ଦିନ ବିମାନବନ୍ଦରରେ ଭିଡ଼ ଯୋଗୁଁ ପାଇଲଟଙ୍କୁ ଚେନ୍ନାଇରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଏହି ଘଟଣା ଘଟିଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ତେବେ ଖାଲି ଏହି ଘଟଣା ନହେଁ ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବିମାନ ଉପରେ ମଧ୍ଯ ଶନିଦଶା ପଡିଛି । ଇଣ୍ଡିଗୋ ହେଉ କି ଏୟାର ଇଣ୍ଡିଆ- ଗୋଟେ ପ୍ରକାର କହିବାକୁ ଗଲେ ବିମାନ ସେବାର ବେଳା ଖରାପ ଚାଲିଛି । କାରଣ କେତେବେଳେ ଦୁର୍ଘଟଣା ତ କେତେବେଳେ ବୋମା ଧମକ ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନର ଜରୁରୀ ଅବତରଣ ହେଉଛି