ଆମେରିକୀୟ ଯୁଦ୍ଧ ବିମାନ KC-135 ଦୁର୍ଘଟଣାରେ ୪ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ
1 min read
ୱାସିଂଟନ: ଆମେରିକୀୟ ଯୁଦ୍ଧ ବିମାନ KC-135 ଦୁର୍ଘଟଣାରେ ୪ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ୟୁନାଇଡେଟ୍ ଷ୍ଟେଟ୍ସ ସେଣ୍ଟ୍ରାଲ କମାଣ୍ଡ (ୟୁଏସ୍ସିସି) ଶୁକ୍ରବାର ଏହା ସ୍ପଷ୍ଟ କରିଛି। ୟୁଏସ୍ସିସି ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧବିମାନ ଇରାନର ପଡୋଶୀ ରାଷ୍ଟ୍ର ଇରାକ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୬ ଜଣ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାର ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ, ଇରାନ ବିପକ୍ଷରେ ଯୁଦ୍ଧ ସମୟରେ ଏପର୍ଯ୍ୟନ୍ତ ଆମେରିକୀୟ ସେନାର ୧୧ ଜଣଙ୍କର ମୃତ୍ୟୁ ଘଟିଛି।


