June 19, 2026

ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର

1 min read

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲଙ୍କ ପୁଅ ତଥା ପୂର୍ବତନ ସାଂସଦ ନରେଶ ଗୁଜରାଲ ଡିଜିଟାଲ ଠକେଇର ଶିକାର ହୋଇଛନ୍ତି। ଡିଜିଟାଲ ଠକେଇରେ ନରେଶ ୭.୮ କୋଟି ଟଙ୍କା ହରାଇଛନ୍ତି। ଠକେଇ ହୋଇଥିବା ଟଙ୍କାର ୪କୋଟି ଟଙ୍କାକୁ ଜବତ କରିବାରେ ଦିଲ୍ଲୀ ପୁଲିସ ସଫଳ ହୋଇଛି। ସାଇବର ଠକମାନେ ନରେଶ ଗୁଜରାଲ ନାମରେ ଏକ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିଥିଲେ। ହ୍ବାଟ୍ସଆପ୍‌ ଡିସ୍‌ପ୍ଲେରେ ନରେଶଙ୍କ ଫଟୋ ମଧ୍ୟ ରଖିଥିଲେ। ଏହି ହ୍ବାଟ୍ସଆପ୍ ମାଧ୍ୟମରେ ଠକମାନେ ନରେଶଙ୍କ କମ୍ପାନୀର ଜଣେ କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ବାର୍ତ୍ତା ପଠାଇ ଟଙ୍କା ପଠାଇବାକୁ କହିଥିଲେ। ଗୁପ୍ତ ବ୍ୟାବସାୟୀକ କାରବାର ପାଇଁ ଟଙ୍କା ଜରୁରୀ ଥିବା ସେମାନେ ଉଲ୍ଲେଖ କରିଥିଲେ। ଅଧିକାରୀ ଜଣଙ୍କ ଉକ୍ତ ହ୍ବାଟ୍ସଆପ୍ ବାର୍ତ୍ତାକୁ ବାସ୍ତବ ବୋଲି ମନେ କରି ୪ଟି ଭିନ୍ନଭିନ୍ନ ଆରଟିଜିଏସ୍‌ ଟ୍ରାଞ୍ଜାକସନ ଦ୍ବାରା ୭.୮କୋଟି ଟଙ୍କା ପଠାଇଥିଲେ। କମ୍ପାନୀ କାରବାରରେ ଅନିୟମିତତା ହୋଇଥିବା ନେଇ ନରେଶଙ୍କ ଝିଅ ଜାଣିବା ପରେ ଏହାକୁ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ନରେଶ ଏପରି ଟଙ୍କା କାହାକୁ ଦେବାକୁ କହିନଥିବା କହିଥିଲେ। ଏହା ପରେ ପୁଲିସରେ ଅଭିଯୋଗ କରାଯିବା ସହ ଠକେଇ ସମ୍ପର୍କରେ ଜଣାପଡିଥିଲା। ନରେଶ ରାଜ୍ୟସଭା ସାଂସଦ ଥିଲେ।