April 24, 2026

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

1 min read

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି ।ଏ ନେଇ ପୁରା ଜିଲାରେ ଶୋକର ଛାୟା ଖେଳିଯାଇଛି। ରାଜନୀତି ମହଲରେ ମଧ୍ୟ ତାଙ୍କ ବିୟୋଗକୁ କେହି ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇବା ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି।