March 27, 2025

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ୍ କ୍ରୀଷ୍ଣାଙ୍କର ପରଲୋକ

1 min read

କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ ଏମ୍ କ୍ରୀଷ୍ଣାଙ୍କର ପରଲୋକ ହୋଇଛି। ମଙ୍ଗଳବାର ସକାଳେ ବେଙ୍ଗାଳୁରୁ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ।

ଏସ ଏମ୍ କ୍ରୀଷ୍ଣା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ମଙ୍ଗଳବାର ଭୋର୍ ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଙ୍ଗଳବାର ପୈତୃକ ଗାଁ ମଦଦୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଏସ ଏମ୍ କ୍ରୀଷ୍ଣା ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିଥିଲେ। ବେଙ୍ଗାଲୁରୁକୁ ଭାରତର ଟେକ୍ନୋଲୋଜି ହବରେ ପରିଣତ କରିବାରେ ତାଙ୍କର ବଡ଼ ଭୂମିକା ରହିଥିଲା।

ଏହାପରେ ୨୦୦୪ରୁ ୨୦୦୮ ଯାଏଁ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ