ମହୁମାଛି ଆକ୍ରମଣ କରିବା ଫଳରେ ୫ ଜଣ ଗୁରୁତର
1 min read
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ତହସିଲ କାର୍ଯ୍ୟାଳୟ ନିକଟରେ ଆଜି ଅତର୍କିତ ମହୁମାଛି ଆକ୍ରମଣ କରିବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଲେ ଡାବୁଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତ ରାୟ, ହରେନ୍ ମଣ୍ଡଳ, ପାର୍ବତୀ ଗୌଡ଼, ଗୋବିନ୍ଦ ଗୌଡ଼ ଓ କଣ୍ଢେଇ ଗୌଡ଼। ସୂଚନା ଅନୁଯାଇ ଆଜି ଶୁକ୍ରବାର ଦିନ ୧୧ ଘଣ୍ଟ ସମୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଏକ ବାଇକରେ କୌଣସି କାର୍ଯ୍ୟରେ ଡାବୁଗାଁ ରାଜ୍ୟରାଜପଥ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ତହସିଲ କାର୍ଯ୍ୟାଳୟ କୁ ଯାଉ ଥିବା ସମୟରେ ଅଚାନକ ବାଘ ମହୁମାଛି ବାହାରି ଆକ୍ରମଣ କରିଥିଲେ। ମୁଁହ ଓ ମୁଣ୍ଡରେ ଆକ୍ରମଣ ପରେ ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ଧାଇଁ ଥିଲେ। ଏଥି ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଉଥିବା ଡାବୁଗାଁ ର ପଥଚାରୀ ହରେନ ମଣ୍ଡଳ, ପାର୍ବତୀ ଗୌଡ଼, ଗୋବିନ୍ଦ ଗୌଡ଼ ଓ କଣ୍ଢେଇ ଗୌଡ଼ କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। ସମସ୍ତେ ନିଜ ସୁରକ୍ଷା ପାଇଁ ଦୌଡ଼ି ଥିଲେ। ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ହରେନ ମଣ୍ଡଳ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ୪ ଜଣ ସୁସ୍ଥ ଥିବା ଜଣା ପଡିଛି।


