April 18, 2026

ବାଇଲମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘରେ ଅଗ୍ନିକାଣ୍ଡ

1 min read

କୁତ୍ରା: କୁତ୍ରା ବ୍ଲକ୍ ଅନ୍ତର୍ଗତ ବାଇଲମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘରେ ଆଜି ସକାଳେ ହଠାତ୍ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ସକାଳୁଆ ସ୍କୁଲ୍ ଚାଲିଥିବା ବେଳେ ପ୍ରତିଦିନ ପରି ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପହଞ୍ଚିବା ସମୟରେ ରୋଷେଇ ଘରରୁ ଧୁଆଁ ବାହାରୁଥିବା ଏବଂ ଭିତରେ ଭୟାବହ ଭାବେ ନିଆଁ ଜଳୁଥିବା ଦେଖିଥିଲେ। ଏହା ଦେଖି ସ୍କୁଲ୍ ପରିସରରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।