ଜନଗଣନା ପାଇଁ ପହଞ୍ଚିଥିବା ଶିକ୍ଷୟିତ୍ରୀଙ୍କୁ କୁକୁର କାମୁଡ଼ି ତାଙ୍କ ପୋଷାକ ଫାଡ଼ି ଦେଇଛି
1 min read
ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ଡେଙ୍ଗିଭାଡି ଅଂଚଳରେ ଜଣକ ଘରେ ଜନଗଣନା ପାଇଁ ପହଞ୍ଚିଥିବା ଶିକ୍ଷୟିତ୍ରୀଙ୍କୁ କୁକୁର କାମୁଡ଼ି ତାଙ୍କ ପୋଷାକ ବି ଫାଡ଼ି ଦେଇଛି। ଶିକ୍ଷୟିତ୍ରୀ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ କୁକୁର କାମୁଡ଼ା ପ୍ରତିଷେଧକ ଇଂଜେକ୍ସନ ଦିଆଯାଇଛି।
ଡେଙ୍ଗିଭାଡ଼ି ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜନା ନାଏକ ଜନଗଣନା କାର୍ଯ୍ଯରେ ନିୟୋଜିତ ଅଛନ୍ତି। ସେ ଜଣକ ଘରକୁ ଯାଇ ଘର ନମ୍ବରିଂ କରୁଥିବା ବେଳେ ହଠାତ ପୋଷା କୁକୁର ଶିକ୍ଷୟିତ୍ରୀଙ୍କ ଗୋଡ଼କୁ କାମୁଡ଼ିବା ସହ ପୋଷାକ ଫାଡ଼ିଲା । ଘଟଣା ପରେ ଶିକ୍ଷୟିତ୍ରୀ ଭୟ ସହ ଅସୁରକ୍ଷିତ ଅନୁଭବ କରୁଥିବା କହିଛନ୍ତି ।


