March 17, 2026

ନିଆଁରେ ଜଳି ମୃତ୍ୟୁବରଣ କରିଛନ୍ତି ବାପ ପୁଅ

1 min read

ବେଗୁନିଆ: ବେଗୁନିଆ ଥାନା ଅଧୀନ ସାନପଦର ଠାରେ ରବିବାର ସକାଳୁ ଘଟିଛି ଅଘଟଣ। ଦୋକାନରେ ଶୋଇଥିବାବେଳେ ନିଆଁରେ ଜଳି ମୃତ୍ୟୁବରଣ କରିଛନ୍ତି ବାପ ପୁଅ।

ସୂଚନା ଅନୁଯାୟୀ, ଖୋର୍ଦ୍ଧାଜିଲ୍ଲା ବେଗୁନିଆ ଥାନା ସାନପଦର ଗାଁ ମୁଣ୍ଡରେ ତେଜରାତି ଓ ଚା’ ଦୋକାନ କରି ପରିବାର ଚଳାଉଥିବା ରାଜେଶ କୁମାର ସାହୁ (୫୭) ଓ ତାଙ୍କ ଦିବ୍ୟାଙ୍ଗପୁଅ ଲକ୍ଷ୍ମୀଧର ସାହୁ(୨୭) ପ୍ରତିଦିନ ଭଳି ଆଜି ଭୋର ସମୟରୁ ଦୋକାନ ଖୋଲାଯାଇ ନଥିବା କାରଣରୁ ପରିବାର ସଦସ୍ୟଙ୍କ ସନ୍ଦେହ ହୋଇଥିଲା । ପରେ ଭିତରୁ କବାଟ ବନ୍ଦ ଥିବା ପରିବାର ଜାଣିବାକୁ ପାଇଥିଲେ।

କୌଣସି ଅଘଟଣ ସନ୍ଦେହରେ ଦୋକାନ ଘର ଆଜବେଷ୍ଟସ ଖୋଲିବାରେ ରାଜେଶ କୁମାର ସାହୁ, ପୁଅ ଲକ୍ଷ୍ମୀଧର ସାହୁ ଅର୍ଦ୍ଧଦଗ୍ଧ ଅବସ୍ଥା ଦୋକାନ ଭିତରେ ପଡ଼ିଥିବା ଦେଖିଥିଲେ। ଏହା ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ହୋଇଥିବା ସନ୍ଦେହ କରାଯାଇଛି । ବିଳମ୍ବିତ ରାତିରେ ଏପରି ଘଟିଥିବା ଅନୁମାନ କରାଯାଇଛି ।