March 18, 2026

ସିନ୍ଧୁ, ସାଇନାଙ୍କ କ୍ଲବ୍‌ରେ ଦେବୀକା

1 min read

ବ୍ୟାଙ୍କକ୍‌: ଅଲିମ୍ପିକ୍‌ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଓ ସାଇନା ନେହ୍ବାଲଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି ଦେବୀକା ସିହାଗ। ଏଠାରେ ଆୟୋଜିତ ୨୫୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ବିଶ୍ବ ଟୁର୍‌ ସୁପର ୩୦୦ ‘ଥାଇଲାଣ୍ଡ ମାଷ୍ଟର୍ସ’ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ୨୦ ବର୍ଷୀୟା ଭାରତୀୟ ଯୁବତୀ ଦେବୀକା ସିହାଗ ବିଜେତା ହୋଇଛନ୍ତି। ସୁପର ୩୦୦ ଟ୍ରଫି ଜିତିବାରେ ସେ ସିନ୍ଧୁ ଓ ସାଇନାଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି। ରବିବାର ଫାଇନାଲ୍‌ରେ ଦେବୀକା ୨୧-୮, ୬-୩ରେ ଆଗରେ ଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଗୋ ଜିନ୍‌ ୱେଇ ଆହତ ‌ଯୋଗୁଁ ଓହରି ଯାଇଥିଲେ। ଫଳରେ ଦେବୀକା ସହଜରେ ବିଜେତା ଟ୍ରଫି କରାୟତ୍ତ କରିଥିଲେ।