December 12, 2025

IGNOU ଷ୍ଟଡି ସେଣ୍ଟରରେ ପ୍ରବେଶିକା ଉତ୍ସବ

1 min read

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଖୋଲିଥିବା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଷ୍ଟଡି ସେଣ୍ଟର ପକ୍ଷରୁ ରବିବାର ପ୍ରବେଶିକା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଇଗ୍ନୁ ପକ୍ଷରୁ ବର୍ତ୍ତମାନ ଓଡିଆ ମିଡିୟମ୍ ସୁବିଧା ଆରମ୍ଭ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ପୂର୍ବ ଅପେକ୍ଷା ବହୁଗୁଣିତ ହୋଇଛି।
ଷ୍ଟଡି ସେଣ୍ଟରର ସଂଯୋଜକ ପ୍ରାଧ୍ୟାପକ ବିଭାସ ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଷ୍ଟଡି ସେଣ୍ଟର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଡି.ଇ.ସି. (DEC) ପାଠ୍ୟକ୍ରମ ଖୋଲିବା ପରେ ଉକ୍ତ ବିଷୟ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବଢ଼ିଛି।

ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଜର ମତ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ହର ପ୍ରସାଦ ଶତପଥି, ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ମିଶ୍ର, ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ ଓ ମୁଖ୍ୟ କିରାଣୀ ଦାମୋଦର ରଥ ପ୍ରମୁଖ ଉପସ୍ଥିତ ଥିଲେ।