November 7, 2025

ଝିରିପାଣି ପଞ୍ଚାୟତରେ ହାତୀ ଆତଙ୍କ

1 min read

ତୁମୁଡିବନ୍ଧ: କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ବନାଞ୍ଚଳ ଝିରିପାଣି ପଞ୍ଚାୟତରେ ଜଙ୍ଗଲୀ ହାତୀଙ୍କ ପ୍ରାଦୁର୍ଭାବ ବଢି ଚାଲିଛି l କଳାହାଣ୍ଡି ଜିଲାର ହାତୀପଲ ଆସି ଭଣ୍ଡାରଙ୍ଗୀ ଓ ଝିରିପାଣି ପଞ୍ଚାୟତର ଫସଲ ନଷ୍ଟ ସହ ଘରଦାର ବାଙ୍ଗିଥିବା ଦେଖିବାକୁ ମିଳିଛି । ଝିରିପାଣି ଓ ଭଣ୍ଡାରଙ୍ଗୀ ପଞ୍ଚୟତବାସୀ ଭୟଭୀତ ହୋଇ ରହୁଛନ୍ତି।
ପାଇଥିବା ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଝିରିପାଣି ପଞ୍ଚାୟତର ବେହେଡ଼ାପଡ଼ା ଗ୍ରାମରେ ହାତୀପଲ ପଶି ଗଣେଶ ନାୟକଙ୍କ ଘର ଭାଙ୍ଗିଥିଲେ। ଭାଗ୍ୟବଶତଃ ଗଣେଶ ଓ ପରିବାର ଘରେ ନ ଥିଲେ। ନିଜ ସମ୍ପର୍କୀୟ ଅନ୍ୟ ଏକ ପାଖ ଗ୍ରାମକୁ କୁଣିଆ ଯାଇଥିଲେ। ସକାଳୁ ଖବର ପାଇ ଘରକୁ ଫେରିବା ଦେଖିବା ବେଳେ ହାତୀ ଘର ଭାଙ୍ଗିଛି। ବାହାରେ ରଖିଥିବା ଜିନିଷପତ୍ର ଗୁଡ଼ିକ ଭାଙ୍ଗି ନଷ୍ଟ କରି ଦେଇଛି। ତେବେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ସରକାରୀ ସହାୟତା ଅପେକ୍ଷାରେ ଗଣେଶ ନାୟକ ଥିବା ବେଳେ ତୁରନ୍ତ ହାତୀପଲକୁ ଘଉଡ଼େଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।