ଭାରତ ନିର୍ବାଚନ ଆୟୋଗ
1 min read
ଭୁବନେଶ୍ୱର: ସ୍ୱଚ୍ଛତା ଓ ନିରପେକ୍ଷତାକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଥିବା ଭାରତ ନିର୍ବାଚନ ଆୟୋଗ (ECI) ମତଦାନ କେନ୍ଦ୍ରରେ ସୂକ୍ଷ୍ମତମ ତ୍ରୁଟିକୁ ଚିହ୍ନଟ କରି ଆବଶ୍ୟକସ୍ଥଳେ ପୁନଃନିର୍ବାଚନ ପାଇଁ ସୁପାରିଶ ନିମନ୍ତେ ଫର୍ମ ୧୭କ ଏବଂ ମତଦାନ ଦିବସରେ ବ୍ୟବହୃତ ଅନ୍ୟାନ୍ୟ ଦସ୍ତାବିଜଗୁଡ଼ିକର ଭୋଟ ପରବର୍ତ୍ତୀ ଯାଞ୍ଚ ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ପ୍ରାର୍ଥୀଙ୍କୁ ଯାଞ୍ଚର ତାରିଖ, ସମୟ ଏବଂ ସ୍ଥାନ ବିଷୟରେ ପୂର୍ବରୁ ସୂଚିତ କରାଯାଇଥିଲା ।
ତଦନୁସାରେ, ଆୟୋଗଙ୍କ ଦ୍ୱାରା ନିଯୁକ୍ତ ୧୨୧ ଜଣ ରିଟର୍ଣ୍ଣିଂ ଅଫିସର ଏବଂ ୧୨୧ ଜଣ ସାଧାରଣ ପର୍ଯ୍ୟବେକ୍ଷକଙ୍କ ତତ୍ୱାବଧାନରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିବା ସମସ୍ତ ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଓ ମତଦାନ ସମ୍ପର୍କିତ ଦସ୍ତାବିଜ ଗୁଡ଼ିକର ଯାଞ୍ଚ ଭଲଭାବରେ ସମ୍ପାଦିତ ହୋଇଛି । ପ୍ରାୟ ୪୫୫ ଜଣ ପ୍ରାର୍ଥୀ ଅଥବା ପ୍ରାର୍ଥୀମାନଙ୍କ ପ୍ରତିନିଧି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।
ଯାଞ୍ଚ ପରେ, କୌଣସି ମତଦାନ କେନ୍ଦ୍ରରେ ଅସଙ୍ଗତି ହୋଇନଥିବା ଜଣାପଡିଛି। ତେଣୁ, ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପୁନଃମତଦାନ ପାଇଁ କେଉଁଠି ସୁପାରିଶ କରାଯାଇନାହିଁ । ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା ଏବଂ ଯାଞ୍ଚ ପରେ, ଫର୍ମ ୧୭କ ଏବଂ ତତ ସମ୍ପର୍କିତ ଦସ୍ତାବିଜଗୁଡ଼ିକୁ ରିଟର୍ଣ୍ଣିଂ ଅଫିସରଙ୍କ ମୋହର ସହିତ ପୁନଃସିଲ୍ କରାଯାଇଛି ।


