ଆଡ଼ପ ପହଣ୍ଡି ଘଟଣା: ୩ ଜଣିଆ କମିଟିର ତଦନ୍ତ ଆରମ୍ଭ
1 min readପୁରୀ: ଆଡପ ପହଣ୍ଡି ବେଳେ ବଳଭଦ୍ର ରଥରେ ଅଘଟଣ । ୩ ଜଣିଆ କମିଟିର ତଦନ୍ତ ଆରମ୍ଭ । ଆଡ଼ପ ପହଣ୍ଡିବେଳେ ବଡ଼ ଠାକୁରଙ୍କୁ ପକାଇଦେବା ଘଟଣାରେ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ଡାକି ପଚରାଉଚରା ଜାରି ରହିଛି। ଏପରିକି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ବରିଷ୍ଠ ଦଇତାପତି ସେବକଙ୍କୁ ମଧ୍ୟରେ ଘଟଣାରେ ପଚରାଉଚରା କରାଯାଇଛି।
ସୂଚନାନୁସାରେ,ରଥଯାତ୍ରା ସମୟରେ ଜୁଲାଇ ୯ ତାରିଖରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡି କରି ଯାଉଥିବାବେଳେ ବଡ ଠାକୁର ବଳଭଦ୍ର ଚାରମାଳ ଉପରେ ମୁହଁମାଡି ପଡି ଯାଇଥିଲେ । ସେବାୟତଙ୍କ ଏହି ଦାୟିତ୍ବହୀନତା ଓ ପ୍ରଶାସନର ଖାମଖିଆଲି ନୀତି ଦେଖି ସାରା ବିଶ୍ୱର ଜଗନ୍ନାଥପ୍ରେମୀ ଦୁଃଖିତ ହୋଇଥିଲେ । ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଥିଲା। ଏନେଇ ଆଜି ଏକ ୩ ଜଣିଆ ଟିମ୍ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।