ବାହୁଦା ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ
1 min read
ନୂଆଗାଁ: ନୂଆଗାଁ ଥାନା ଅନ୍ତର୍ଗତ କଳିଙ୍ଗଦୋଳା ନିକଟ ବାହୁଦା ନଦୀରେ ବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ମୃତକ ଓ ଆହତ ସମ୍ପର୍କରେ ମା’ଝିଅ ଏବଂ ନାତିନାତୁଣୀ। ସେମାନେ ରତ୍ନେଶ୍ଵରୀ ମନ୍ଦିରରେ ପ୍ରସାଦ ସେବନ ସାରି ଫେରୁଥିଲେ। ବାଟରେ ସେମାନେ ବାହୁଦା ନଦୀ ପାର ହେଉଥିବାବେଳେ ପାଣିରେ ବୁଡ଼ିଯାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।