July 27, 2024

ରେଭେନ୍ସାରେ ଚାଲିଛି ପ୍ରାଚୀନ ନଥିପତ୍ରର ଡିଜିଟାଇଜେସନ

1 min read

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର “ସେଣ୍ଟର ଫର୍ ଟ୍ରାନ୍ସଲେଶନ୍ ଆଣ୍ଡ ଡିଜିଟାଲ ହ୍ୟୁମାନିଟିସ୍” ପକ୍ଷରୁ ସଂଯୋଜିକା ଡ.ଉର୍ମିଶ୍ରୀ ବେଦମାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଆ ସାହିତ୍ୟର ପାଣ୍ଡୁଲିପି ଓ ପ୍ରାଚୀନ ଗ୍ରନ୍ଥର ଡିଜିଟାଇଜେସନ କରାଯାଉଛି । ଯାହାକୁ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପଢିପାରିବେ । ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ବ୍ରିଟିଶ୍ ଅମଳର ରେଭେନ୍ସାର ରେକର୍ଡ,କନିକା ଲାଇବ୍ରେରୀର ପୁରୁଣା ପୁସ୍ତକ,ତାଳପତ୍ର ପାଣ୍ଡୁଲିପି ଓ ବିଭିନ୍ନ ପବ୍ଲିକ ଲାଇବ୍ରେରୀର ବିରଳକୃତି ଗୁଡିକୁ ଡିଜିଟାଇଜେସନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଅଛି ।

ଅପରପକ୍ଷରେ ପୁରୀ ଶ୍ରୀମନ୍ଦିର,ବିରଜା ମନ୍ଦିର,ସାରଳାଙ୍କ ପୀଠ ଓ ମଧୁସୂଦନ ପାଠାଗାର,ମହାଭାରତ,ଭାଗବତର କିଛି ପୌରାଣିକ ପୋଥି କୁ ଡିଜିଟାଇଜେସନ କରାଯାଉଛି । ବର୍ତ୍ତମାନ ବିଭିନ୍ନ ପାଣ୍ଡୁଲିପିର ଆଦିପର୍ବର କମ୍ପ୍ୟୁଟରକରଣ କରାଯାଉଛି । ବିଶ୍ୱବ୍ୟାଙ୍କ ସହାୟତାରେ ସେଣ୍ଟର ଫର୍ ଟ୍ରାନ୍ସଲେଶନ୍ ଆଣ୍ଡ ଡିଜିଟାଲ ହ୍ୟୁମାନିଟିସ୍ ପକ୍ଷରୁ ସାରଳା ମହାଭାରତର ଡିଜିଟାଇଜେସନ କରାଯାଇଥିବା ବେଳେ ଚିକାଗୋର ସେଣ୍ଟର ଫର୍ ରିସର୍ଚ୍ଚ ଲାଇବ୍ରେରୀର ସାଉଥ୍ ଏସିଆ ମାଟେରିଆଲ ପ୍ରୋଜେକ୍ଟ ମାଧ୍ୟମରେ ରେଭେନ୍ସା ବିଶ୍ଵବିଦ୍ୟାଳୟର କିଛି ଗବେଷଣାରତ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏହି କାର୍ଯ୍ୟ ଚାଲୁଅଛି ।

Leave a Reply

Your email address will not be published. Required fields are marked *