ଯାତ୍ରା ଜଗତର ଅପ୍ରତିଦ୍ୱନ୍ଦ୍ୱି ଅଭିନେତା ଭାବେ ପରିଚିତ ଦେବୀ ରଥଙ୍କର ପରଲୋକ
1 min read
ପାରାଦୀପ: ଯାତ୍ରା ଜଗତର ଅପ୍ରତିଦ୍ୱନ୍ଦ୍ୱି ଅଭିନେତା ଭାବେ ପରିଚିତ ଦେବୀ ରଥଙ୍କର ପରଲୋକ ହୋଇଯାଇଛି। କଳାକାରଙ୍କ ମହଲରେ ୟ‘ମାମା’ ଭାବେ ପରିଚିତ ଥିବା ଦେବୀଙ୍କ ମୃତ୍ୟୁର କାରଣ ଏବେ ସମସ୍ତଙ୍କୁ ଚକ୍କିତ କରିଛି। ଡିଜେ ପାଇଁ ଦେବୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି। ଡିଜେ ଶବ୍ଦ କେତେ ଭୟଙ୍କର ତାହାର ନଜିର ପୂର୍ବରୁ ଦେଖିବାକୁ ମିଳିଥିଲେ ହେଁ ଆଜି ପୁଣି ଡିଜେ ପାଇଁ ଏକ ଅମୂଲ୍ୟ ଜୀବନ ଚାଲିଯାଇଛି।
ଦେବୀଙ୍କ ପୁଅ କହିଛନ୍ତି, ଡିଜେର ବିକଟାଳ ଶବ୍ଦରେ ତାଙ୍କ ବାପାଙ୍କ ଜୀବନ ଚାଲିଗଲା। ଗତ ମଙ୍ଗଳବାର ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ଚାଲିଥିଲା। ଉଚ୍ଚ ଶବ୍ଦରେ ଡିଜେ ବାଜୁଥିଲା। କାହାକୁ କହିଲେ ବି କେହି ଶୁଣିଲେନି। ଡିଜେ ଶବ୍ଦରେ ଆମ ଘର ଦୁଲୁକୁଥିଲା। ଏକା ସାଙ୍ଗରେ ୩ଟି ଡିଜେ ଗାଡ଼ି କର୍କଶ ଶବ୍ଦ କରି ଶୋଭାଯାତ୍ରା କରୁଥିଲେ। ଏତେ ଉଚ୍ଚ ଶବ୍ଦକୁ କିପରି ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ ସମ୍ଭାଳିଥାଆନ୍ତେ। ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। ମାତ୍ର ଡିଜେ ବାଜିଲା ପରେ ତାଙ୍କର ମୃତ୍ୟୁ ହେଲା ବୋଲି ଦେବୀଙ୍କ ପୁଅ କହିଛନ୍ତି।


