ଭଦ୍ରକରେ ଗୋଚାଲାଣ ଗାଡ଼ିକୁ ମାଡ଼ିବସିଲେ ଗୋ ରକ୍ଷକ
1 min read
ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଛକ ନିକଟରେ ଏକ ପେଟ୍ରୋଲ ଟ୍ୟାଙ୍କର ଭିତରେ ବେଆଇନ ଭାବରେ ଗୋ ଚାଲାଣ ହେଉଥିବା ବେଳେ ଗୋ ରକ୍ଷକମାନେ କୌଣସି ସୂତ୍ରରୁ ଖବର ପାଇ ମାଡ଼ି ବସିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ସହ ସହ ଲୋକ ଘଟଣା ସ୍ଥାନକୁ ଆସିଯିବା ସହ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇ ଉଠିଥିଲା। ଏହି ଘଟଣା ପରେ ଧାମନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେକେ ଗାଡ଼ିକୁ ଅଟକ ରଖି ତଦନ୍ତ ଆରମ୍ଭ କରୁଛି।


