January 17, 2025

ତଟରକ୍ଷୀ ବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

1 min read

ଗୁଜରାଟ: ଗୁଜରାଟର ପୋରବନ୍ଦର ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଏଏଲଏଚ ଧ୍ରୁବ ଅଭ୍ୟାସ ଉଡ଼ାଣରେ ଥିବା ସମୟରେ ଅବତରଣ ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି