January 24, 2026

କନ୍ଧମାଳ ପାଇଁ ଗୌରବ ଆଣିଲେ ଦଶମ ଶ୍ରେଣୀ ଛାତ୍ର ଅଭିଳାଷ

1 min read

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଘୁ.ଉଦୟଗିରି ହାବକ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଭିଳାଷ ପଟ୍ଟନାୟକ। ସେ ରାଜ୍ୟ ସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଚଳିତ ମାସ ୧୦ ତାରିଖରେ ଫୁଲବାଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲାI
ଏଥିରେ ଡିଭିଜନରୁ ପ୍ରଥମ ଦ୍ବିତିୟ ଓ ତୃତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀ ଭାଗ ନେଇଥିଲେ ଏବଂ ଜିଲ୍ଲା ସ୍ତରୀୟ ପ୍ରଥମ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କ ପ୍ରବନ୍ଧ ରାଜ୍ୟ ସ୍ତରରେ ମୂଲ୍ୟାୟନ କରି ରାଜ୍ୟର ପ୍ରଥମ ସ୍ଥାନ ଘୁ.ଉଦୟଗିରିର ପି ଏମ୍ ଶ୍ରୀ ହବାକ ହାଇସ୍କୁଲ ଛାତ୍ର ଅଭିଳାଷ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଥିଲା। ଫଳରେ ପାଣି ପଞ୍ଚାୟତ ପକ୍ଷ ପାଳନ ଉଦଯାପନ କାର୍ଯ୍ୟକ୍ରମରେ ଭୁବନେଶ୍ଵର ଲୋକସେବା ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଭିଳାଷଙ୍କୁ ପୁରସ୍କୃତ କରିଥିଲେl ଏହା ଶିକ୍ଷନୁଷ୍ଠାନ ସହିତ ଜିଲ୍ଲା ପାଇଁ ପାଇଁ ଗୌରବ ହୋଇଥିବା ବେଳେ ବିଭିନ୍ନ ମହଲ ରୁ ମିଳିଛି ଶୁଭେଚ୍ଛା। ଏହାର ଶ୍ରେୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜ ବାପା ମା’ କୁ ଦେଇଛନ୍ତି ଅଭିଳାଷ।