July 27, 2024

ଚନ୍ଦ୍ରରେ ୮ ମିଟର ଚାଲିଲା ପ୍ରଜ୍ଞାନ

1 min read

ଭୁବନେଶ୍ୱର: ଚନ୍ଦ୍ରଯାନ-୩ ମିଶନର ରୋଭର “ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ ସଫଳତାର ଗତି କରିଛି । ଏହା ୮ ମିଟର ଦୂରତା ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏହା କୁହାଯାଇଛି ।

ଏହାର ଏକ ଟ୍ୱିଟରରେ କୁହାଯାଇଛି ଯେ “ସମସ୍ତ ନିର୍ଦ୍ଧାରିତ ରୋଭର ଗତିବିଧି ନିୟମିତଭାବେ ଯାଞ୍ଚ କରାଯାଇଛି । ରୋଭର ପ୍ରାୟ ୮ ମିଟର ଦୂରତାକୁ ସଫଳତାର ସହ ଅତିକ୍ରମ କରିଛି । ରୋଭର ପେଲାଡ୍ ଲେଜର-ପ୍ରେରିତ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କପି (ଏଲ୍‌ଆଇବିଏସ୍‌) ଏବଂ ଆଲଫା କଣିକା ଏକ୍ସ-ରେ ସ୍ପେକ୍ଟ୍ରୋମିଟର (ଏପିଏକ୍ସଏସ୍‌) କାର୍ଯ୍ୟକ୍ଷମ ରହିଛି । ରୋଭରରେ ଥିବା ପ୍ରପଲସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଏବଂ ସମସ୍ତ ପେଲାଡ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ।” ପ୍ରଜ୍ଞାନ ରୋଭର ନିର୍ଦ୍ଧାରିତ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ରହି ଗବେଷଣା ପାଇଁ ବିଭିନ୍ନ ପ୍ରକାରର ତଥ୍ୟ ସଂଗ୍ରହ କରିବ । ସେହିପରି ବିକ୍ରମ ଲାଣ୍ଡର ମଧ୍ୟ କେତେକ ତଥ୍ୟ ସଂଗ୍ରହ କରିବ ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଗତ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ବିଶ୍ୱର ପ୍ରଥମ ଦେଶର ଗୌରବ ଅର୍ଜନ କରିଛି ।ସୂଚନାଯୋଗ୍ୟ ଯେ ରୋଭରକୁ ସୁରକ୍ଷିତ ଓ କାର୍ଯ୍ୟକ୍ଷମ ରଖିବା ଇସ୍ରୋ ପାଇଁ ଚ୍ୟାଲେଂଜ୍ ହୋଇଛି । ଅନ୍ୟପକ୍ଷେ ସାମ୍ନାକୁ ଆସିଛି ଚନ୍ଦ୍ରପୃଷ୍ଠର ଆଉ ଏକ ଭିଡ଼ିିଓ । ଏହି ଭିଡିଓରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରୁଥିବା ବେଳର ଦୃଶ୍ୟ ରହିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର-ଇସ୍ରୋ ପକ୍ଷରୁ ଏହି ଭିଡ଼ିଓକୁ ଟୁଇଟ୍ କରାଯାଇଛି ।

Leave a Reply

Your email address will not be published. Required fields are marked *