ବିପଦ ବେଳର ବନ୍ଧୁ ଚୀନ ଓ ତୁର୍କୀ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି
1 min read
ପାକିସ୍ତାନ : ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ ପରେ ପାକ୍ ର ବିପଦ ବେଳର ବନ୍ଧୁ ଚୀନ ଓ ତୁର୍କୀ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଚୀନର ସରକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଭାରତ ପାକିସ୍ତାନ ଉପରେ ୯ଟି ଏୟାରଷ୍ଟ୍ରାଇକ କରିଛି । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ନୀରିକ୍ଷଣ କରୁଥିଲେ । ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଏହି ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ଜଣ ଆହତ ଏବଂ ୨ଜଣ ନିଖୋଜ ହୋଇଛନ୍ତି । ସେହିପରି ଚାଇନା ଡେଲିରେ ପାକିସ୍ତାନର ବିରୋଧ କାର୍ଯ୍ୟକୁ ସମର୍ଥନ କରାଯାଇଛି
ତୁର୍କୀର ମିଡ଼ିଆରେ ପାକିସ୍ତାନର ସୂଚନାମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଥିଲେ ଯେ ଭାରତର ମିସାଇଲ ମାଡ ସାଧାରଣ ନାଗରିକଙ୍କ ଜୀବନ ହାନି କରିଛି । ସେହିପରି ଡେଲି ଶୁଭା ରେ କୁହାଯାଇଛି ଯେ ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ପଟୁ କଡା ଜବାବ ଦେବାକୁ ଚେତାବନୀ ଦିଆଯାଇଛି ।