October 25, 2025

ଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସ

1 min read

ବାଲେଶ୍ଵର: ପରଲୋକରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସଆଉ ନାହାନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସ। ମେଘଡ଼ମ୍ବରୁସ୍ଥିତ ବାସଭବନରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସ୍ଥାନୀୟ ନୁଣିଆଯୋଡ଼ି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ଭାସ୍କର ଚନ୍ଦ୍ର ଦାସ ଶିଶୁ କିଶୋର ପତ୍ରିକା ‘ଶିଶୁ ସାରଥୀ’ ର ସମ୍ପାଦକ ଥିଲେ। ସେ ନିଖିଳ ଓଡ଼ିଶା ଶିଶୁ ସାହିତ୍ୟ ଏକାଡେମୀର ସମ୍ପାଦକ ମଧ୍ୟ ଥିଲେ। ଶିଶୁ ସାହିତ୍ୟରେ ଲେଖନୀ ଚାଳନା କରି ସେ ନିଜର ପ୍ରସିଦ୍ଧି ଅର୍ଜନ କରିବା ସହ ଅନେକ ପୁରସ୍କାର ମଧ୍ୟ ଲାଭ କରିଥିଲେ।

ତାଙ୍କ ଶେଷ ଦର୍ଶନ ନିମନ୍ତେ ଶିଶୁ ସାହିତ୍ୟିକ ପୀତାମ୍ବର ଦାସ, କମଲ ଦାସ, ରମେଶ ବେହେରା, ରେମୁଣା ବ୍ଲକ ଚେୟାରମେନ ରାଜେନ୍ଦ୍ର ରାଉତ, କୁରୁଡ଼ା ସରପଞ୍ଚ ତାପସ ପାଣିଗ୍ରାହୀ, ସମାଜସେବୀ ଆଦିତ୍ୟ ଚଣ୍ଡ, ସୁମନ୍ତ ପାତ୍ର, ରାମକୃଷ୍ଣ ଦାସ, ହରେକୃଷ୍ଣ ଦାସ, କୁନା ଦାସ, ଦିବାକର ଦାସ ଓ ନିଶାକର ଦାସ ପ୍ରମୁଖ ପହଞ୍ଚିଥିଲେ। ସମସ୍ତେ ପୁଷ୍ପାର୍ଘ୍ୟ ଦେଇ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଥିଲେ। ତାଙ୍କ ମୃତ୍ୟୁରେ ବାଲେଶ୍ଵର ଶିଶୁ ସାହିତ୍ୟ ମହଲରେ ଶୋକର ଛାୟା ଖେଳିଯାଇଛି।