April 26, 2026

ଅମାନିଆଙ୍କ ଯୋଗୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସମସ୍ୟା

1 min read

ଭୁବନେଶ୍ୱର: ଅମାନିଆଙ୍କ ଯୋଗୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସମସ୍ୟାରେ ପଡ଼ିଛି। ଦୀପାବଳିରେ ବାଣଫୁଟା ଯୋଗୁ ରାସ୍ତାରେ ପଡ଼ିଥିବା ବାଣର ଆବର୍ଜନା ସଫା କରିବା ବିଏମସି ପାଇଁ ବେଶ୍ କଷ୍ଟକର ହୋଇ ପଡ଼ିଛି। ଅମାନିଆଙ୍କ ମଜା ବିଏମସି ପାଇଁ ସଜ୍ଜା ପାଲଟିଛି। ବିଏମସି ଅତିରିକ୍ତ ଭାବେ ୨୦ ଟନ୍ ଅଳିଆ ସଫା କରିଛି।
ପ୍ରଥମେ ମୁଖ୍ୟ ରାସ୍ତାଗୁଡ଼ିକୁ ସଫା କରାଯାଇଥିଲା। ପରେ କଲୋନୀ ରାସ୍ତା ସଫା କାର୍ଯ୍ୟ କରାଯାଇଥିଲା। ଭୁବନେଶ୍ବରର ପ୍ରତି ଅଞ୍ଚଳରେ ଆମର ନିୟମିତ ସାନିଟାରୀ କର୍ମଚାରୀଙ୍କୁ ନିୟୋଜିତ କରିଥିଲୁ ବୋଲି ବିଏମସି ଅତିରିକ୍ତ କମିସନର କୈଳାସ ଦାଶ କହିଛନ୍ତି।