ମୁଖ୍ୟ ଶାସନ ସଚିବ ଓଏମସି ଏମଡି ଙ୍କୁ ଭେଟିଲେ ବିଶ୍ୱନାଥ କଲରଙ୍ଗି ଖଣି ପାଇଁ ଅକ୍ସନ ହେବ
1 min read
ଦୀର୍ଘ ବର୍ଷ ଧରି କଲରଙ୍ଗି ଖଣି ବନ୍ଦ ହୋଇ ପଡିଛି। ଦାବି ପରେ ଦାବି ଜଣାଇବା ପରେ ଓଏମସି ଏମଡି ଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯିବା ପରେ କଲରଙ୍ଗି ଖଣି ଖୋନନ ପାଇଁ ଅକ୍ସନ ହେବାର ସମ୍ଭାବନା ଦେଖାଦେଇଛି। ସୂଚନା ଯୋଗ୍ୟ ଜିଲ୍ଲା ସିଭିଲ ସୋସାଇଟି ପକ୍ଷରୁ ବିଶ୍ଵନାଥ ପାତ୍ର ବାରମ୍ବାର ଦାବି କରି ସମବାର ଅପରାହ୍ନ ରେ ଓଡିଶା ଖଣି ନିଗମ ପରିଚାଳନା ନିର୍ଦେଶକ ସୁଧାଂଶୁ ମୋହନ ସାମଲ ଙ୍କୁ ଭେଟି କଲରଙ୍ଗି ଖଣି ପୁନଃ କାର୍ଯ୍ୟକ୍ଷମ କରିବାକୁ
ଦୀର୍ଘ ସମୟ ଆଲୋଚନା କରିଥିବାବେଳେ ପ୍ରାୟ ଏକ ବର୍ଷ ତଳେ ସରକାରଙ୍କ ନିର୍ଦେଶ ଆଧାର ରେ କଲରଙ୍ଗି ଖଣି କୁ ସରକାର ଙ୍କ ନିକଟରେ ହ୍ୟାଣ୍ଡଭର କରିଦେଇଥିବା ନେଇ ଓଡିଶା ଖଣି ନିଗମ ପରିଚାଳନା ନିର୍ଦେଶକ ସ୍ପଷ୍ଟି କରଣ ଦେଇଛନ୍ତି । ଫଳରେ କଲରଙ୍ଗି ଖୋଣି ଖୋଲିବା ନିମନ୍ତେ ସରକାର ଅକ୍ସନ କରିବା ହିଁ ଏକ ମାତ୍ର ବାଟ ବୋଲି କୁହାଯାଉଛି। ଓଏମସି ପରିଚାଳନା ନିର୍ଦେଶକ ଙ୍କ ତଥ୍ୟ ସ୍ପଷ୍ଟୀକରଣ ଆଧାରରେ ବିଶ୍ୱନାଥ ପାତ୍ର ପୂର୍ବରୁ କାର୍ଯ୍ୟରତ ଶ୍ରମିକ, କର୍ମଚାରି ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମବାର ଅପରାହ୍ନ ରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିକଟରେ ଅବିଳମ୍ବେ ଖଣି ଖୋଲିବାକୁ ଦାବି ରଖିଛନ୍ତି।ଏବଂ କଲରଙ୍ଗି ଖଣି ଉପରେ ନିର୍ଭର କରି ପେଟ ପୋଷୁଥିବା ହଜାର ହଜାର ଶ୍ରମିକ କର୍ମଚାରି ଙ୍କୁ ଆଖି ଆଗରେ ରଖି ସରକାର ଓଏମସିକୁ ଖଣି ଖୋନନ ପାଇଁ ସୁପାରିଶ କରିବାକୁ ଦାବି କରାଯାଇଛି। ଖଣି ଓ ଇସ୍ପାତ ସଚିବଙ୍କ ତତ୍ୱାବଧାନରେ ଖଣି ଖୋଲିବାକୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ କରି ଦୃଢ ପଦକ୍ଷେପ ନେବାକୁ ଶ୍ରୀ ପାତ୍ର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଙ୍କ ନିକଟରେ ଲିଖିତ ଅଭିଯୋଗ କରି ଦାବି କରିଥିବା ସୂଚନା ହସ୍ତଗତ ହୋଇଛି।ଏପଟେ ଅକ୍ସନ ହେଲେ ଟାଟା, ବେଦାନ୍ତ, ଇମ୍ଫା ଭଳି କମ୍ପାନୀ ଗୁଡିକ ମଧ୍ୟରୁ କାହାକୁ ବି ସରକାର ଅକ୍ସନ ଜରିଆରେ ଏହି ଖଣି ଖୋନନ କାର୍ଯ୍ୟ ଦେଇପାରିବାର ସମ୍ଭାବନା ଦେଖାଦେଇଛି। କିନ୍ତୁ ପୂର୍ବଭଳି ଓଏମସି ଅଧିନ ରେକଲରଙ୍ଗି ଖଣି ଖୋନନ ହେଲେ ହିଁ ତତ୍କାଳୀନ କାର୍ଯ୍ୟରତ ଶ୍ରମିକ କର୍ମଚାରି ଅଗ୍ରାଧିକାର ଭିର୍ତ୍ତିରେ ସୁଯୋଗ ପାଇବାର ସମ୍ଭାବନା ରହିଛି। ନଚେତ ଶ୍ରମିକ କର୍ମଚାରି ଗଣ ଙ୍କ ଭାଗ୍ୟ ଅନ୍ୟ କେଉଁ କମ୍ପାନୀ ହାତରେ ରହିବାର ସମ୍ଭାବନା ମଧ୍ୟ ରହିପାରେ ବୋଲି ଅନୁମାନ କରାଯାଉଛି। ୟେ ସମ୍ପର୍କ ରେ ରାଜ୍ୟ ସରକାର ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୁତି ମିଳିଛି।


