ବଜ୍ରପାତରେ ଚନ୍ଦ୍ରଭାଗା ଲାଇଟ୍ ହାଉସ ଲିଫ୍ଟ ଅଚଳ
1 min read
କୋଣାର୍କ: କୋଣାର୍କ ଚନ୍ଦ୍ରଭାଗାରେ ଥିବା କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ଏକ ମାତ୍ର ଲାଇଟ୍ ହାଉସରେ ଉପରକୁ ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ ଥିବା ଉନ୍ନତ ଲିଫ୍ଟ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଦିନ ହେବ ବଜ୍ରପାତରେ ଅଚଳ ହୋଇ ପଡ଼ିଛି। ଫଳରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି ।
ଅନେକ ପର୍ଯ୍ୟଟକ ସିଡ଼ି ଚଢି ନ ପାରି ଘୋର ଅସନ୍ତୋଷ ପ୍ରକାଶ କରି ଫେରି ପଳାଇ ଯାଉଥିବା ବେଳେ ବାଧ୍ୟ ହୋଇ କିଛି ପର୍ଯ୍ୟଟକ ନିଜର ଛୋଟ ଛୋଟ ପିଲାମାନଙ୍କୁ ନେଇ ବିପଦ ପୂର୍ଣ୍ଣ ଭାବେ ଲାଇଟ୍ ହାଉସ ଉପରକୁ ସିଡିରେ ଚଢି ଚଢ଼ି ଯାଇଛନ୍ତି। ଏନେଇ ଲାଇଟ୍ ହାଉସର ସ୍ଥାନୀୟ ଅଧିକାରୀଙ୍କୁ ପର୍ଯ୍ୟଟକମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଉ ନଥିବା ଦେଖାଯାଇଛି ।


