ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି
1 min read
ଭୁବନେଶ୍ୱର: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ବ-ଗଣନା ହେବ। ଏଥିରେ ୩୩ଟି ସରଳ ପ୍ରଶ୍ନ ମାଧ୍ୟମରେ ନିଜ ତଥ୍ୟ ନିଜେ ପ୍ରଦାନ କରିପାରିବେ। ଏପ୍ରିଲ ୧୬ରୁ ମେ’ ୧୫ ଯାଏ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କରାଯିବ। ଗାଁରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଜନଗଣନାକାରୀ।
ପ୍ରାଥମିକ ଶିକ୍ଷକଙ୍କୁ ଗଣନାକାରୀ ଭାବେ ନିଯୁକ୍ତ କରାଯିବାର ଯୋଜନା ରହିଥିବାବେଳେ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ। ଭାରତୀୟ ଜନଗଣନା ଇତିହାସରେ ଏଥର ହେଉଛି ପ୍ରଥମ ଡିଜିଟାଲ ଗଣନା। ଲକ୍ଷେରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ କହିଛନ୍ତି।


