ଜାତୀୟ ରାଜପଥରେ ଓଲଟିଲା କାର
1 min read
ରାଉରକେଲା : ସୁନ୍ଦରଗଡ଼ ଟିକାୟତପାଲି ଥାନା ଅନ୍ତର୍ଗତ କସଡା ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ କାର୍ ଚାଳକ ସମେତ ୩ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି lମିଳିଥିବା ସୂଚନାଅନୁସାରେ, କାର ( ଓଡି ୩୩ ୯୫୨୮) ରାଉରକେଲା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନେ ହେଲେ ସରୋଜିନୀ ଦାସ, ତାଙ୍କ ପୁଅ ଅମିତ ଦାସ, ଡ୍ରାଇଭର ବିକ୍ରମ ରାଉତ ଏବଂ ପାରିବାରିକ ବନ୍ଧୁ ନିରଞ୍ଜନ ବାରିକ l କସଡା ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ଧକ୍କା ଦେଇଥିଲାl କାର୍ଟିର ସମ୍ମୁଖ ଚକ ଦୁଇଟି ଫାଟି ଯିବାରୁ ଗାଡିଟି ରାସ୍ତାରେ ଓଲଟି ପଡ଼ିଥିଲା l ସ୍ଥାନୀୟ ବାସିନ୍ଦା ତୁରନ୍ତ ଚାରିଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ।


