ରାସ୍ତାରୁ ମିଳିଲା ଫଳ ଦୋକାନୀଙ୍କ ମୃତଦେହ
1 min read
ବରଗଡ଼: ବରଗଡ଼ ଲେଙ୍ଗୁ ମିଶ୍ର ଛକ-ହସ୍ପିଟାଲ ରାସ୍ତା ପାର୍ଶ୍ବ ଡ୍ରେନ କଡ଼ରୁ ରବିବାର ସକାଳୁ ସ୍ଥାନୀୟ ଜଣେ ଫଳ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ବିଶିପଡା ବାସିନ୍ଦା ଶଙ୍କର ତାଣ୍ଡି(୫୫) । ସେ ଶନିବାର ରାତିରୁ ନିଖୋଜ ଥିଲେ। ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଛି।