ନଭେମ୍ବର ୩ ତାରିଖରେ ଆଠଗଡ ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଳନ
1 min read
ଆଠଗଡ : ନଭେମ୍ବର ୩ ତାରିଖରେ ଆଠଗଡ ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଳନ ହେବ। ନଭେମ୍ବର ୪ ଅର୍ଥାତ୍ ମଙ୍ଗଳବାର ସକାଳୁ ବାବାଙ୍କ ଗଜଭୋଗ ବିତରଣ କରାଯିବ। ନଭେମ୍ବର ୫ ତାରିଖରେ ଡଙ୍ଗା ଭସା ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ। ଅକ୍ଟୋବର ୮ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ। ଏବଂ ନଭେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବା ନେଇ ସୂଚନା ରହିଛି। ବାବା ଧବଳେଶ୍ଵରଙ୍କ ପୀଠରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି।