May 1, 2025

ଅକ୍ଷୟ ତୃତୀୟାରେ 6ଟି ଶିଳ୍ପସଂସ୍ଥାର ସ୍ଥିତି ସମୀକ୍ଷା କଲେ ଭୁବନେଶ୍ବର ସାଂସଦଖୋର୍ଦ୍ଧା-ଜଟଣୀର 20 ହଜାର ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି

1 min read

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଏବଂ ଜଟଣୀ ନିର୍ବାଚନମଣ୍ଡଳୀରେ ଗଢ଼ି ଉଠୁଥିବା 6ଟି ଶିଳ୍ପ ପ୍ରତିଷ୍ଠାନକୁ ଗସ୍ତ କରି ଆଜି ସ୍ଥିତି ସମୀକ୍ଷା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ଭୁବନେଶ୍ବର ସାଂସଦ
ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ନେଷ୍ଟଲେ ଇଣ୍ଡିଆ ଲିମିଟେଡ୍ , ଏପିକ୍ ଗ୍ରୁପ , ବରୁଣ ବେଭାରେଜ, ଆନାଡ୍ରୋନ ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜଟଣୀ ନିର୍ବାଚନମଣ୍ଡଳିରେ ନିର୍ମାଣାଧୀନ ଥିବା ଶିଳ୍ପ ପ୍ରତିଷ୍ଠାନ ଜୁପିଟର ଟେଟ୍ରାଭାଗୋଙ୍କା ରେଲଓ୍ବେ ହୁଇଲ୍ ଫାକ୍ଟରି ପ୍ରା ଲିମିଟେଡ୍, ଆଇଜିଏଫଏଲ ରିଫ୍ରାକ୍ଟର ଲିମିଟେଡ୍, ପରିଦର୍ଶନ କରି ଏହାର ଅଗ୍ରଗତି ନେଇ ବୁଲି ଦେଖିଛନ୍ତି । ଭୁବନେଶ୍ବର ସାଂସଦଙ୍କର ଏହି ଜଟଣୀ ଏବଂ ଖୋର୍ଧା ଶିଳ୍ପାଞ୍ଚଳ ପରିଦର୍ଶନ କାଳରେ ସମସ୍ତ ଶିଳ୍ପାଞ୍ଚଳରେ ସ୍ଥାନୀୟ ବେକାର ଯୁବକ-ଯୁବତୀଙ୍କ ନିଯୁକ୍ତିକୁ ପ୍ରାଧାନ୍ୟ ଦେଇଛନ୍ତି । ଏହି ସମସ୍ତ ଶିଳ୍ପାଞ୍ଚଳରେ ମୋଟ୍ ନିଯୁକ୍ତିର ଯେପରି 80 ପ୍ରତିଶତ ସ୍ଥାନୀୟ ଅଂଚଳର ଯୁବକ-ଯୁବତୀଙ୍କୁ ମିଳିବ, ସେନେଇ ଶିଳ୍ପ ମୁଖ୍ୟଙ୍କ ସହିତ ଆଲୋଚନା କାଳରେ ଗୁରୁତ୍ବ ଦେଇଛନ୍ତି ମାଡାମ୍ ଅପରାଜିତା । ମୋଟ୍ 6ଟି ଶିଳ୍ପ ପ୍ରତିଷ୍ଠାନ ମଧ୍ୟରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଗଢି ଉଠିଥିବା ବରୁଣ ବେଭାରେଜ କମ୍ପାନୀରେ ମୃଦୁ ପାନୀୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହା ସ୍ଥାନୀୟ ଅଂଚଳରେ ଅନେକ ବେକାରୀଙ୍କୁ ନିଯୁକ୍ତି ଯୋଗାଇବାର ମାଧ୍ୟମ ସାଜିବ । ମୋଟ୍ ଉପରେ ଖୋର୍ଦ୍ଧା ଏବଂ ଜଟଣୀର 20 ହଜାର ଯୁବକ-ଯୁବତୀଙ୍କୁ ଏହି ସମସ୍ତ ଶିଳ୍ପାଂଚଳରେ ନିଯୁକ୍ତି ମିଳିବ ବୋଲି ଗସ୍ତ କାଳରେ ମତ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖୋର୍ଦ୍ଧା ଶିଳ୍ପାଂଚଳରେ ଏପିକ୍ ଗ୍ରୁପ୍ ବର୍ତ୍ତମାନ ନିର୍ମାଣ ଚାଲିଛି । ଏହି କମ୍ପାନୀରେ ଗାରମେଣ୍ଟ ପ୍ରସ୍ତୁତି ହେବ । ଭୁବନେଶ୍ବର ସାଂସଦଙ୍କ ଏହି ସମୟରେ, ଏପିକ୍ କମ୍ପାନୀ ମୁଖ୍ୟ କହିଛନ୍ତି ସ୍ଥାନୀୟ ଅଂଚଳର 80 ପ୍ରତିଶତ ଯୁବତୀ-ମହିଳାଙ୍କୁ ଏଠାରେ ନିଯୁକ୍ତି ଦିଆଯିବ ।

      ବର୍ତ୍ତମାନ ଏହି ଶିଳ୍ପାଂଚଳ ଗୁଡ଼ିକର କିପରି ନିର୍ମାଣ କାମ ଚାଲିଛି, ପାଣି-ବିଜୁଳି ଯୋଗାଣର ସ୍ଥିତି କିପରି ରହିଛି, ପ୍ରତିଶ୍ରୁତି ମୁତାବକ ସରକାରୀ ସହାୟତା କିପରି ମିଳୁଛି, ଗଢି ଉଠୁଥିବା ଶିଳ୍ପସଂସ୍ଥାରେ ନିଯୁକ୍ତି ପ୍ରକ୍ରିୟାରେ ସ୍ଥାନୀୟ ବେକାରୀଙ୍କୁ କିପରି ପ୍ରାଧାନ୍ୟ ଦିଆଯାଉଛି, ସେ ସବୁ ଦିଗକୁ ନେଇ ସ୍ଥିତି ତଦାରଖ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଗସ୍ତ କାଳରେ ସ୍ଥାନୀୟ ଅଂଚଳରେ ଶିଳ୍ପାଞ୍ଚଳରେ କିପରି ଶିଳ୍ପ ଗୁଡିକୁ ଆଗାମୀ ସମୟରେ କିପରି ଅଧିକ ଜମି ଯୋଗାଇ ଦିଆ ଯାଇପାରିବ, ଏକାଧିକ ବଡ଼ ବଡ଼ ଶିଳ୍ପ କିପରି ଖୋର୍ଧା-ଜଟଣୀକୁ ଆସିପାରିବେ ସେ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ଭୁବନେଶ୍ବର ସାଂସଦ ବିଶେଷ ଆଲୋଚନା କରିଛନ୍ତି । ଭୁବନେଶ୍ବର ସାଂସଦଙ୍କ ଏହି ଗସ୍ତ କାଳରେ ଖୋର୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଧା ବିଜେପି ସଭାପତି ବିଶ୍ବରଂଜନ ବଡଜେନା, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥାନୀୟ ଅଂଚଳରେ ଶିଳ୍ପର ପ୍ରଗତି ବୁଲି ଦେଖିଥିଲେ ।