କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ମେ’ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ
1 min read
ରାଜନଗର : କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ମେ’ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ନଦୀ ନାଳଗୁଡ଼ିକରେ ଥିବା କୁମ୍ଭୀର ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରଖାଯିବା ପାଇଁ ନିର୍ଦେଶ ଜାରି ହୋଇଛି। ମା’ କୁମ୍ଭୀର ଅଣ୍ଡା ଦେଇସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ଛୁଆ ଫୁଟିବା ପର୍ଯ୍ୟନ୍ତ ସେଠାରେ ଜଗି ରହିଥାଏ। ଏହି ସମୟରେ ସେ ଅଧିକ ହିଂସ୍ର ହୋଇ ଉଠିଥାଏ। ସେ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଭିତରକନିକା ଆସିବାକୁ ବାରଣ କରାଯାଇଛି।