July 27, 2024

ଡାଲମିଆ ଭାରତ ଫାଉଣ୍ଡେସନ୍‌ ଭାରତରେ ଶୁଭାରମ୍ଭ କଲା ତାହାର ୧୯ତମ ଦୀକ୍ଷା କେନ୍ଦ୍ର

1 min read

ରାଜଗାଙ୍ଗପୁର,୪/୧୨(ସ୍ଵ.ପ୍ର) : କୁଶଳତା ତାଲିମ କେନ୍ଦ୍ର ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ବର୍ଷକୁ ୩୬୦ ଜଣ ଯୁବକ ଯୁବତୀଙ୍କ କୁଶଳତା ବୃଦ୍ଧି କରିବ l କୁଶଳତାର ବିକାଶ ଏବଂ ସାମାଜିକ ରୂପାନ୍ତରଣ ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଅଧିକ ସୁଦୃଢ କରିବାକୁ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିପିଏଫ) ଓଡ଼ିଶାର ଲାଞ୍ଜିବେର୍ଣ୍ଣା ଠାରେ ଏହାର ୧୯ତମ ଦୀକ୍ଷା (ଡାଲମିଆ ଇନ୍‌ଷ୍ଟିଚୁ୍ୟଟ ଅଫ ନଲେଜ ଆଣ୍ଡ ସ୍କିଲ୍‌ ହାର୍‌ନେସିଂ) କେନ୍ଦ୍ର ଶୁଭାରମ୍ଭ କରିଛି ।

ପୂର୍ଣ୍ଣାଙ୍ଗ କୁଶଳତାର ତାଲିମ ଏବଂ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନରେ ବିକାଶ ଜରିଆରେ ଗ୍ରାମାଞ୍ଚଳ ଯୁବବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ ଉତ୍ସର୍ଗୀକୃତ ନୂତନ ଦୀକ୍ଷା କେନ୍ଦ୍ର ଉକ୍ତ ଅଞ୍ଚଳର ପାରିପାର୍ଶ୍ଵିକ ୧୦୬ଟି ଗ୍ରାମକୁ ଫାଇଦା ପହଞ୍ଚାଇବା ଲକ୍ଷ୍ୟ ରଖିଛି । ବାର୍ଷିକ ୩୬୦ ଜଣ ଶିକ୍ଷାନବୀଶ କ୍ଷମତା ରଖୁଥିବା ଏହି କେନ୍ଦ୍ର ପ୍ରାକ୍ଟିକାଲ କର୍ମଶାଳା ଓ ଅଧିବେଶନ ଜରିଆରେ ବେରୋଜଗାର ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରି ବର୍ଦ୍ଧିତ ଆୟ ନିମନ୍ତେ ସେମାନଙ୍କର ଭବିଷ୍ୟତର ନିଯୁକ୍ତିବତ୍ତା ଏବଂ ଔଦ୍ୟୋଗିକ ସାମର୍ଥ୍ୟରେ ବୃଦ୍ଧି ଘଟାଇବ । ଏହି କାର୍ଯ୍ୟକ୍ରମରେ ଚେତନ ଶ୍ରୀବାସ୍ତବ ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର ଡିସିିବିଏଲ୍‌ ଏବଂ ୟୁନିଟ୍‌ ହେଡ ରାଜଗାଙ୍ଗପୁର, ଡଃ.ନୀଳାଦ୍ରି ଭୂଷଣ ପାଢୀ ଏଇଡି ଡିସିବିଏଲ୍‌-ରାଜଗାଙ୍ଗପୁର, ଓମ୍‌ପ୍ରକାଶ ଖେଲକର ମାଇନ୍ସ ହେଡ ଲାଞ୍ଜିବେର୍ଣ୍ଣା, ଜ୍ୟୋତି ପ୍ରକାଶ ସେଠୀ ଜିଲା ନିୟୋଜନ ଅଧିକାରୀ-ରାଉରକେଲା, କେଶବ ଚନ୍ଦ୍ର ଝା ଡେପୁଟି ସିଇଓ-ଓର୍‌ମାସ ସୁନ୍ଦରଗଡ ଏବଂ ସେମାନଙ୍କ ସହିତ ପାରିପାର୍ଶ୍ଵିକ ଗ୍ରାମଗୁଡିକରୁ ୯ଜଣ ଗ୍ରାମ ପ୍ରଧାନ ଉପସ୍ଥିତ ଥିଲେ । ଓଡ଼ିଶାରେ ଏହା ୭ତମ ଦୀକ୍ଷା କେନ୍ଦ୍ର ଭାବରେ ସ୍ଥାପିତ ହୋଇଛି ।

ଲାଞ୍ଜିବେର୍ଣ୍ଣାସ୍ଥିତ ଦୀକ୍ଷା କେନ୍ଦ୍ର ଆଇଟି-ଆଇଟିଇଏସ୍‌ରେ କଷ୍ଟମର୍‌ ରିଲେସନ୍‌ସିପ ମ୍ୟାନେଜମେଣ୍ଟ, ହେଲ୍‌ଥକେୟାର କ୍ଷେତ୍ରରେ ଜେନେରାଲ ଡୁ୍ୟଟି ଆସିଷ୍ଟାଣ୍ଟ ଏବଂ ଟୁରିଜମ୍‌ ଆଣ୍ଡ ହସ୍‌ପିଟାଲିଟି କ୍ଷେତ୍ରରେ ହାଉସ୍‌କିପିଙ୍ଗ ଟ୍ରେନି ଆଦି କୁଶଳତା ତାଲିମ ପାଠ୍ୟକ୍ରମ ଯୋଗାଇଦେବ । ଡିବିଏଫ୍‌ ଦ୍ୱାରା ଗୁଣାତ୍ମକ କୁଶଳତା ତାଲିମ ପ୍ରଦାନ ନିମନ୍ତେ ନିଯୁକ୍ତ ପ୍ରାକ୍‌ ଯୋଗ୍ୟତାସମ୍ପନ୍ନ ଟ୍ରେନରମାନଙ୍କୁ ସେଠାରେ ଅବସ୍ଥାପିତ କରାଯିବ । ତାଲିମ କାର୍ଯ୍ୟକ୍ରମ ଜାତୀୟ କୁଶଳତା ଯୋଗ୍ୟତା ବିଧିବ୍ୟବସ୍ଥା (ଏନଏସକୁ୍ୟଏଫ୍‌) ଅନୁଯାୟୀ ଡିଜାଇନ କରାଯିବ । କୁଶଳତା ତାଲିମ ବ୍ୟତୀତ ଏହି କେନ୍ଦ୍ର ଯୁଗ୍ମ ପ୍ରମାଣନ ସହିତ ଆକଳନ ଏବଂ ପ୍ରମାଣ ପ୍ରକ୍ରିୟାକୁ ସୁଗମ କରାଇବ । ଦୀକ୍ଷା ମଧ୍ୟ ସମଗ୍ର ଦେଶରେ ତାଲିମପ୍ରାପ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ସହାୟତା ଯୋଗାଇଦେବ ।

ନୂତନ କେନ୍ଦ୍ର ଶୁଭାରମ୍ଭ ସମ୍ପର୍କରେ ମତ ଦେଇ ଅଶୋକ କେ. ଗୁପ୍ତା ସିଇଓ ଡାଲମିଆ ଭାରତ ଫାଉଣ୍ଡେସନ କହିଥିଲେ, “ଡାଲମିଆ ଭାରତରେ ଆମେ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ଜୀବନ ଉପରେ ଦୀର୍ଘସ୍ଥାୟୀ ଓ ସକରାତ୍ମକ ପ୍ରଭାବ ପକାଇବା ସକାଶେ ସମାବେଶୀ କାର୍ଯ୍ୟକ୍ରମ ବିକଶିତ କରିବାକୁ ପ୍ରତିବଦ୍ଧ ରହିଛୁ । ଭାରତ ଭଳି ଏକ ରାଷ୍ଟ୍ରରେ ବିଶ୍ୱର ସର୍ବାଧିକ କମ୍‌ ବୟସର ଏବଂ ସର୍ବବୃହତ୍‌ ସଂଖ୍ୟକ ଲୋକଶକ୍ତି ରହିଥିବାବେଳେ ଆମ ଦେଶରେ କୁଶଳତା ସ୍ତରରେ ଉଲ୍ଲେଖନୀୟ ତାରତମ୍ୟ ଭଳି ସମସ୍ୟା ରହିଛି । ରାଷ୍ଟ୍ରର ଲୋକଶକ୍ତି ମଧ୍ୟରେ ରହିଥିବା ଏହି ଶୂନ୍ୟସ୍ଥାନ ପୂରଣ, ଅର୍ଥନୈତିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ଆମ ଯୁବବର୍ଗଙ୍କ ପାଇଁ ଉନ୍ନତ ମାନର ଜୀବନଯାପନ ସୁଯୋଗ ପ୍ରଦାନ କରିବା ଆମର ଲକ୍ଷ୍ୟ । ଦୀକ୍ଷା ଜରିଆରେ ଆମେ ଏକ କୁଶଳୀ ଏବଂ ସ୍ୱାବଲମ୍ବୀ ଭାରତ ନିର୍ମାଣ ଦିଗରେ ଅବଦାନ ରଖିବା ଆଶା କରୁଛୁ ।”

ଦୀକ୍ଷା ନିଯୁକ୍ତି ସଂଯୁକ୍ତ ସ୍ୱଳ୍ୱ ଅବଧି କୁଶଳତା ତାଲିମ ଯୁବବର୍ଗ ଏବଂ ମହିଳାଙ୍କୁ ଯୋଗାଇଦେବା ସହିତ ସେମାନଙ୍କ ବର୍ଦ୍ଧିତ ଉପାର୍ଜନ ନିମନ୍ତେ କୁଶଳୀ ଲୋକଶକ୍ତିରେ ସାମିଲ କରାଉଛି । ଆଜି ପର୍ଯ୍ୟନ୍ତ ଦୀକ୍ଷା ୧୩୧୧୧ ଜଣ ବ୍ୟକ୍ତିବିଶେଷଙ୍କୁ ସଫଳତାର ସହିତ ତାଲିମ ପ୍ରଦାନ କରିବା ସହିତ ସେମାନଙ୍କ ମଧ୍ୟରୁ ୯୫୭୮ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ଉପାର୍ଜନକାରୀ ନିଯୁକ୍ତି ଯୋଗାଇ ଦେଇଛି, ଯେଉଁମାନେ ମାସକୁ ୮୦୦୦ ଟଙ୍କାରୁ ନେଇ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ପାଉଛନ୍ତି ।

Leave a Reply

Your email address will not be published. Required fields are marked *