April 6, 2026

ସଂଯୁକ୍ତା ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା

1 min read

ବ୍ରଜରାଜନଗର: ବ୍ରଜରାଜନଗରର ବିଶିଷ୍ଟ ସମାଜସେବୀ ସଂଯୁକ୍ତା ମହାପାତ୍ରଙ୍କୁ ଝାରସୁଗୁଡ଼ା ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ ଭୁବନେଶ୍ୱର ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁଶ୍ରୀ ସଂଯୁକ୍ତା ମହାପାତ୍ର ଜିଲ୍ଲା ଜେ ଜେ ବୋର୍ଡ ସଦସ୍ୟା ଅଛନ୍ତି। ସେ କୋଲକାତା ଇନଷ୍ଟିଚ୍ୟୁଟ୍ ଅଫ୍ ମାଇନର୍ସ ଆଣ୍ଡ ମେଟାଲ ୱାର୍କର୍ସ ଫେଡେରେସନ ଏବଂ ପୁରୀରେ ଗାନ୍ଧୀ ଲେବର ଫାଉଣ୍ଡେସନର ଫ୍ୟାକଲ୍ଟି ସଦସ୍ୟ, Hiv/ଏଡ୍ସର ମାଷ୍ଟର ଟ୍ରେନର ଭାବରେ କାର୍ଯ୍ୟ କରିଛନ୍ତି।