December 4, 2024

ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନାରେ ରାଜ୍ୟର ଗୋଶାଳାମାନଙ୍କୁ ସହାୟତା ପ୍ରଦାନ

1 min read

ଆଜି ଓୟୁଏଟିର ସ୍ବାମୀନାଥନ ହଲରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରାଜ୍ୟର ପଞ୍ଜିକୃତ ଗୋଶାଳା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନୂତନ ଭାବେ ଗୋଶାଳା ପ୍ରତିଷ୍ଠା କରିବାକୁ ଚାହୁଁଥିବା ପ୍ରାଣିକଲ୍ୟାଣ ସଂସ୍ଥା ମାନଙ୍କୁ କାର୍ଯ।ଦେଶ ପ୍ରଦାନ କରାଯାଇଛି ଏବଂ ଜିଆଖତ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ କାର୍ଯ।ଦେଶ ପ୍ରଦାନ କରାଯାଇଛି।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଜୈବ ବିବିଧତା ଏବଂ ବିବିଧ କୃଷି ପ୍ରଣାଳୀର ରାଜ୍ୟ। ଏଠାରେ ସର୍ବଦା ମନୁଷ୍ୟ ଓ ପଶୁପକ୍ଷୀଙ୍କ ଘନିଷ୍ଠ ସମ୍ବନ୍ଧ ରହିଆସିଛି। ଆମ କ୍ଷେତରେ କାର୍ଯ୍ୟରତ ବଳଦ ଠାରୁ ଆରମ୍ଭ କରି କୁକୁର, ବିଲେଇ, ଶୁଆ ଆଦି ପଶୁପକ୍ଷୀ ଆମର ଅତ୍ୟନ୍ତ ବିଶ୍ୱସ୍ତ ଓ ସେମାନେ ଆମ ସମାଜରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛନ୍ତି। ଷଣ୍ଢ ମାନଙ୍କୁ ଆମେ ମହାଦେବଙ୍କ ବାହନ ମନେକରି ମୁଣ୍ଡିଆ ମାରୁଛୁ।  ସେମାନଙ୍କର ସ୍ବାସ୍ଥ୍ୟ ଏବଂ ସୁରକ୍ଷା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ଵ।

ଆମ ରାଜ୍ୟ ସରକାର ପ୍ରାଣିକଲ୍ୟାଣ ପାଇଁ ଦୟାଶୀଳ ମନୋବୃତ୍ତି ରଖି ତତ୍ପରତା ପ୍ରକାଶ କରୁଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା କାର୍ଯକାରୀ କରାଯାଉଛି। ଏହି ଯୋଜନାରେ ରାଜ୍ୟରେ ଥିବା ଗୋଶାଳା ଗୁଡିକୁ ସହାୟତା ପ୍ରଦାନ କରାଯାଉଛି । ଅସହାୟ ଗୋରୁଙ୍କୁ ଆଶ୍ରୟ ଏବଂ ଯତ୍ନ ଯୋଗାଇଦେଉଥିବା ରାଜ୍ୟର ପଞ୍ଜିକୃତ ଗୋଶାଳାକୁ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ଯୋଗାଇଦିଆଯାଉଛି।  ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଆଜି  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଜିକୃତ ୬୬ ଟି ଗୋଶାଳାକୁ ପ୍ରଥମ ପର୍ଯ।ୟ ସହାୟତା ରୂପେ ୮.୯୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ୬୬ ଟି ଗୋଶାଳା ପ୍ରାୟ ୨୦ ହଜାର ଅସହାୟ ଗୋରୁଙ୍କୁ ଆଶ୍ରୟ ଦେଇ ସେମାନଙ୍କର ଯତ୍ନ ନେଉଛନ୍ତି।

ଆମ ସମାଜରେ ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ସେମାନଙ୍କ ପାଇଁ ନୂତନ ଗୋଶାଳା ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ତରଫରୁ ସହାୟତା ଯୋଗାଇଦିଆଯାଉଛି। ୫୦ ରୁ ୧୫୦ ଅସହାୟ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ଉଦ୍ଦେଶ୍ୟରେ ନୂତନ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯନ୍ତ ସହାୟତା ପ୍ରଦାନ କରାଯାଉଛି। ଆଜି ରାଜ୍ୟର ୧୩ ଟି ପ୍ରାଣିକଲ୍ୟାଣ ସଂସ୍ଥାଙ୍କୁ ପ୍ରାୟ ୧୩୦୦ ଅସହାୟ ଗୋରୁଙ୍କ ଥଇଥାନ ପାଇଁ ଗୋଶାଳା ନିର୍ମାଣ କରିବାକୁ କାର୍ଯ।ଦେଶ ପତ୍ର ବଣ୍ଟନ କରାଗଲା। ଏହି ନୂତନ ଗୋଶାଳା ଗୁଡିକ କାର୍ଯକ୍ଷମ ହେବା ପରେ ସେମାନଙ୍କୁ ପ୍ରାୟ ୫ କୋଟି ଟଙ୍କାର ସହାୟତା ଯୋଗାଇଦିଆଯିବ।

ଗୋଶାଳାରେ  ଅସହାୟ ଗୋରୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଗୋବର ବ୍ୟବହାର କରି ଜିଆଖତ ଉତ୍ପାଦନ ନିମନ୍ତେ ସରକାରଙ୍କ ତରଫରୁ ଗୋଧନ କେନ୍ଦ୍ର ସହାୟତା ଦିଆଯାଉଛି।  ଆଜି ୪୭ ଟି ଗୋଧନ କେନ୍ଦ୍ର ପ୍ରତିଷ୍ଠା ପାଇଁ କାର୍ଯ।ଦେଶ ପ୍ରଦାନ କରାଯାଇଛି। ଏହି ୪୭ ଟି ଗୋଧନ କେନ୍ଦ୍ର ପ୍ରତିଷ୍ଠା ହେବାପରେ ସେଥିପାଇଁ ୨.୧୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ଏବଂ ବାର୍ଷିକ ପ୍ରାୟ ୩୦୦୦ ଟନ୍ ଜିଆଖତ ଉତ୍ପାଦନ ହୋଇପାରିବ। ଏହା ମାଧ୍ୟମରେ ରାଜ୍ୟର ଗୋଶାଳା ଏବଂ ଗୋପାଳକ ମାନେ ଲାଭବାନ ହୋଇପାରିବେ।

ମନ୍ତ୍ରୀ ପୁଣି କହିଥିଲେ ଯେ, ଓଡିଶାରେ ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନାର ପ୍ରଣୟନ ଏକ ଅଧିକ ଦୟାଳୁ ଏବଂ ଅନ୍ତର୍ଭୁକ୍ତ ସମାଜ ପ୍ରତି ସରକାରଙ୍କ  ପ୍ରତିବଦ୍ଧତାର ପ୍ରମାଣ। ସମସ୍ତେ ମିଶି ପ୍ରାଣିକଲ୍ୟାଣ ପାଇଁ କାର୍ଯ କରିବାକୁ ଆଗେଇ ଆସିବା ଉଚିତ।

ଏହି କାର୍ଯକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରା, ରାଜ୍ୟର ବିଭିନ୍ନ ପ୍ରାଣିକଲ୍ୟାଣ ଅନୁଷ୍ଠାନର କାର୍ଯକର୍ତ୍ତା ଏବଂ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।