February 13, 2026

ଆଶିଷ ଦାସ ଓରଫ ଗୁଲୁଆଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ବର୍ଷା

1 min read

ୟୁଟ୍ୟୁବର ତଥା ହାସ୍ୟାଭିନେତା ଆଶିଷ ଦାସ ଓରଫ ଗୁଲୁଆଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ ବର୍ଷା। ଗୁଲୁଆ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ତାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ କରିଥିଲେ। ୫୦ ଲକ୍ଷ ଟଙ୍କା ଦିଅ ନଚେତ ତାଙ୍କୁ ବଦନାମ କରାଯିବ ବୋଲି ଧମକ ଦିଆଯାଉଥିବା ଗୁଲୁଆ କହିଥିଲେ। ଏହା ପଛରେ ତାଙ୍କ ପତ୍ନୀଙ୍କ ହାତ ଥିବା ମଧ୍ୟ କୁହାଯାଇଥିଲା। ତେବେ ଗୁଲୁଆଙ୍କ ଏପରି ଅଭିଯୋଗ ଉପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ସ୍ତ୍ରୀ ବର୍ଷା।

ବର୍ଷାଙ୍କ ମନ୍ତବ୍ୟ ପରେ ଏହା ଏକ ପାରିବାରିକ ବିବାଦ ବୋଲି ସ୍ପଷ୍ଟ ହୋଇଛି। ଗୁଲୁଆଙ୍କର ପରକୀୟା ପ୍ରୀତି ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବର୍ଷା। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ସେ କହିଛନ୍ତି। ବର୍ଷା ଅଭିଯୋଗ କରିଛନ୍ତି ଯେ, ଗୁଲୁଆଙ୍କୁ ତାଙ୍କ ବାପା ଘର, ଟଙ୍କା ଏବଂ ଗାଡ଼ି ଦେଇଛନ୍ତି। ବିବାହ ପରେ ତାଙ୍କୁ ଗୁଲୁଆ ଏବଂ ତାଙ୍କ ପରିବାର ଲୋକେ ନିର୍ଯାତନା ଦେଇଛନ୍ତି। ମାଡ଼ ମାରିଛନ୍ତି। ନ୍ୟାୟ ପାଇଁ ସେ କୋର୍ଟକୁ ଯିବେ ଏବଂ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବେ ବୋଲି କହିଛନ୍ତି।