June 2, 2025

ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଜି ଶେଷ ହେଉଥିବା ୩ ପ୍ରଥମ ବର୍ଷ ନାମଲେଖା ଆବେଦନ ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯେଉଁମାନେ କମନ ଆପ୍ଲିକେସନ ଫର୍ମ(ସିଏଏଫ)ରେ ଆବେଦନ କରିଛନ୍ତି, ସେମାନେ ସେମାନଙ୍କ ମାର୍କସିଟ ଅପଲୋଡ କରିପାରିବେ। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସିଲେକସନ୍‌‌ ଡେଟ୍‌‌ଲାଇନ ପରବର୍ତ୍ତି ସମୟରେ ପ୍ରକାଶ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂଚନା ଟ୍ବିଟ କରି କହିଛନ୍ତି ଯେ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ପାଠ୍ଯକ୍ରମ ପାଇଁ ନାମଲେଖା ଅବଧି ବୃଦ୍ଧି କରାଯାଇଛି । ଏହା ଆସନ୍ତା ଜୁନ ୧ ତାରିଖ ଯାଏଁ ଜାରି ରହିବ । ଛାତ୍ର ଏକାଡେମିକ୍ ପରିଚାଳନା ପ୍ରଣାଳୀ ବା SAMS ଅଧୀନରେ ଆସୁଥିବା ରାଜ୍ଯର ସମସ୍ତ ବିଶ୍ୱବିଦ୍ୟାଳୟ (U.G. ପାଠ୍ୟକ୍ରମ ପ୍ରଦାନ କରୁଥିବା), + ୩ ଡିଗ୍ରୀ କଲେଜ, ସ୍ଵୟଂଶାସିତ ମହାବିଦ୍ୟାଳୟ, ସେଲଫ୍ ଫାଇନାନସିଂ କୋର୍ସ ଓ ସଂସ୍କୃତ (ଶାସ୍ତ୍ରୀ) ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ଏହା ଲାଗୁ ହେବ ।