January 29, 2026

ଯାତ୍ରା ପାର୍ଟି ଟ୍ରକ ଓଲଟି ୪ଜଣ ସଦସ୍ୟ ଗୁରୁତର ଆହତ

1 min read

ପାଣିକୋଇଲି : ଯାତ୍ରା ଜଗତ ପାଇଁ ଆଉ ଏକ ଦୁଖଦଃ ଖବର ଆସିଛି l ଯାତ୍ରା ପାର୍ଟି ଟ୍ରକ ଓଲଟି ୪ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି l ରାନୀ ପଣ୍ଡାଙ୍କ ଯାତ୍ରା ଅନୁଷ୍ଠାନର ଟ୍ରକ୍ ଓଲଟିଥିବା ସୂଚନା ।

ଘଟଣା ଅନୁସାରେ ଯାଜପୁର କୋରେଇରୁ ଅପେରା ନାଟ୍ୟ ମଣ୍ଡପ ଯାତ୍ରା ସାରି ଅନୁଷ୍ଠାନ ଗାଡ଼ି ପରବର୍ତ୍ତୀ କ୍ୟାମ୍ପ କୁ ଯାଉଥିଲା । ଏହି ସମୟରେ ଗୋଲେଇପୁର ପାଖରେ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି l ଜଣଙ୍କ ଅବସ୍ଥା ସଂକଟପନ୍ନ ରହିଛି l ଗୁରୁତରଙ୍କୁ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଆସନ୍ତା ୩ତାରିଖରୁ ଖଣ୍ଡଗିରିରେ ଯାତ୍ରା ମହାସମରରେ ସାମିଲ ହେବ ନାଟ୍ୟ ମଣ୍ଡପ ।