October 14, 2025

ପୁଣି କ୍ଷୀର ଅପମିଶ୍ରଣର ଏକ ଘଟଣା

1 min read

ଗୁରୁଡିଝାଟିଆ : ପୁଣି କ୍ଷୀର ଅପମିଶ୍ରଣର ଏକ ଘଟଣା ବୁଧବାର ସାମ୍ନାକୁ ଆସିଛି । କ୍ଷୀର ଅପମିଶ୍ରଣ ବେଳେ ପୁଲିସର ଚଢାଉ କରିଥିବା ବେଳେ ଅଭିଯୁକ୍ତ ଫେରାର୍‌ ହୋଇଯାଇଛି। ଗୁରୁଡିଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ଏହି ଚଢାଉ କରାଯାଇଥିଲା। ପୂର୍ବାହ୍ନରେ ଗୁରୁଡିଝାଟିଆ ପୁଲିସ ଅପମିଶ୍ରଣ କରୁଥିବା କ୍ଷୀର ବୋଝେଇ ଟ୍ୟାଙ୍କରକୁ ଜବତ କରି ଥାନାକୁ ଆଣିଛି।

ପୁଲିସ ଅପମିଶ୍ରଣ କରୁଥିବା କ୍ଷୀର ବୋଝେଇ ଟ୍ୟାଙ୍କର ଓ ଏକ ଟାଟା ଏସି ଗାଡ଼ିରେ ବୋଝେଇ ହୋଇଥିବା ୫ଟି କ୍ଷୀର ଓ ରାସାୟନିକ ପଦାର୍ଥ ମିଶା ପାଣି ଜାରକୁ ଜବତ କରି ଥାନାକୁ ଆଣିଛି। କ୍ଷୀରରେ ଅପମିଶ୍ରିତ ହେଉଥିବା ଲୁଣ,ପାଣି ,ପାଉଡର ଓ ରାସାୟନିକ ପଦାର୍ଥ ମିଶା ପାଣିକୁ ମଧ୍ୟ ଜବତ କରିଛି। ଉକ୍ତ ଜବତ ପଦାର୍ଥକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପ୍ରେରଣ କରିଛି। ଅପମିଶ୍ରଣକାରି ଅଭିଯୁକ୍ତ ଓ କ୍ଷୀର ବୋଝେଇ ଟ୍ୟାଙ୍କର ଡ଼୍ରାଇଭର ଘଟଣାସ୍ଥଳରୁ ପଳାୟନ କରିଛନ୍ତି।