February 14, 2025

ବିଜାପୁରରେ ପୁଣି ଆଇଇଡି ବିସ୍ଫୋରଣ, ୨ ଯବାନ ଆହତ

1 min read

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ଥରେ ନକ୍ସଲଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି ଯବାନ। ବିସ୍ଫୋରଣରେ ସୁରକ୍ଷାବାହିନୀର ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯବାନଙ୍କ ନାମ ମୃଦୁଲ୍‌ ବର୍ମନ ଓ ମହମ୍ମଦ ଇସହାକ ଏବଂ ଦୁହେଁ କୋବ୍ରା ୟୁନିଟ୍‌ର ବୋଲି ଜଣାପଡ଼ିଛି। ଉଭୟଙ୍କ ଗୋଡ଼ରେ ଆଘାତ ଲାଗିଛି।