October 25, 2024

ଡାଲମିଆ ଭାରତ ଓଡ଼ିଶାରେ ବାର୍ଷିକ ‘ବନ ମହୋତ୍ସବ’ ପାଳନ

1 min read

କଟକ/ ରାଜଗାଙ୍ଗପୁର: ଭାରତରେ ଏକ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌) ଓଡ଼ିଶାରେ ଭବ୍ୟ ଆକାରରେ ‘ବନ ମହୋତ୍ସବ’ ପାଳନ କରିବା ସହିତ ପରିବେଶ ସୁରକ୍ଷା ପ୍ରତି ତାହାର ଅଗ୍ରଣୀ ପ୍ରୟାସ ଦିଗରେ ପ୍ରତିବଦ୍ଧତାକୁ ପୁନଃ ଦୃଢୀଭୂତ କରିଛି । ଜୁଲାଇ ୧ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଏହି ଉତ୍ସବରେ ସମଗ୍ର ଓଡ଼ିଶାରେ ପ୍ରଭାବୀ ସବୁଜ ପ୍ରୟାସ ଏବଂ ଗୋଷ୍ଠୀ ଅଂଶଗ୍ରହଣ ସ୍ଥାନ ପାଇଥିଲା, ଯେଉଁଥିରେ ୪୦୦୦ରୁ ଅଧିକ ଚାରା କମ୍ପାନୀର ରାଜଗାଙ୍ଗପୁର ଏବଂ କଟକ ସିମେଣ୍ଟ କାରଖାନା ଚତୁର୍ପାଶ୍ୱର୍ରେ ରୋପଣ ଏବଂ ବଣ୍ଟନ କରାଯାଇଥିଲା । ଏହି ବୃକ୍ଷ ଚାରା ରୋପଣ ଅଭିଯାନ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟିତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ରଖୁଛି, ଯାହା ଏକ ସବୁଜ ଭବିଷ୍ୟତ ନିମନ୍ତେ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିପୋଷଣ ନିମନ୍ତେ ଡାଲମିଆ ଭାରତର ଉତ୍ସର୍ଗୀକୃତ ଭାବକୁ ପ୍ରତିଫଳିତ କରୁଛି । ଏହି ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଙ୍କଜ ଗୁପ୍ତା, ଆସିଷ୍ଟାଣ୍ଟ ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ୍‌ ଏବଂ ୟୁନିଟ ହେଡ୍‌ କପିଳାସ ସିମେଣ୍ଟ ୱାର୍କସ୍‌ କହିଛନ୍ତି, “ଡାଲମିଆ ସିମେଣ୍ଟରେ ଦୀର୍ଘସ୍ଥାୟିତା ହେଉଛି ଆମର ସମସ୍ତ କାର୍ଯ୍ୟକଳାପର ମୂଳାଧାର । ବିଗତ ବର୍ଷଗୁଡିକରେ ଆମେ ଆମର କଟକ କାରଖାନା ଚତୁର୍ପାଶ୍ୱର୍ରେ ୨୨୦୦୦ ଚାରା ରୋପଣ କରିଛୁ ଏବଂ ସମାନ ସଂଖ୍ୟକ ଚାରା ଆମର ରାଜଗାଙ୍ଗପୁର କାରଖାନା ଏବଂ ଲାଞ୍ଜିବେର୍ଣ୍ଣା ଖଣି ଅଞ୍ଚଳରେ ରୋପଣ କରିଛୁ, ଯାହା ପରିବେଶ ସୁରକ୍ଷା ଏବଂ ଜଳବାୟୁ ସହନଶୀଳତା ଦିଗରେ ଆମର ଏକନିଷ୍ଠ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏହି ପ୍ରୟାସଗୁଡିକ ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ଭବିଷ୍ୟତ ପିଢିଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବାର ଅଗ୍ରାଧିକାରତା ଦିଗରେ ପ୍ରେରଣା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଆମ କର୍ମଚାରୀ, ସ୍ଥାନୀୟ ଜନସାଧାରଣ ଏବଂ ସହଭାଗୀମାନଙ୍କର ବିପୁଳ ଉତ୍ସାହ ଆମକୁ ପରିବେଶ ସଂରକ୍ଷଣ ପ୍ରୟାସଗୁଡିକ ଅଧିକ ଆଗେଇନେବା, ସାମୂହିକ ଭାବରେ ଆଗାମୀ ପିଢିଙ୍କ ପାଇଁ ଏକ ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ଆମ ଏକାଗ୍ରତାକୁ ଅଧିକ ଉତ୍ସାହିତ କରୁଛି ।” କଟକର କପିଳାସ ସିମେଣ୍ଟ ମାନୁଫାକଚରିଂ ୱାର୍କସ୍‌ (କେସିଡବ୍ଲୁ୍ୟ) ୟୁନିଟ ପକ୍ଷରୁ ୪୦୦ ଚାରା ରୋପଣ କରାଯିବା ସହିତ ପାରିପାର୍ଶ୍ବିକ ଅଞ୍ଚଳରେ ୩୦୦୦ ଚାରା ବଣ୍ଟନ କରାଯାଇଥିଲା । କଟକର କୁଶପଡା ଆଶ୍ରମ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ତର୍କ, ଚିତ୍ରାଙ୍କନ ଏବଂ କୁଇଜ ପ୍ରତିଯୋଗିତାର ବିଜେତାମାନଙ୍କ ପାଇଁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ଆହରଣ ଏବଂ ସୃଜନଶୀଳତା ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥିଲା । କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ ଡିଏଫ୍‌ଓ-କଟକ, ରେଞ୍ଜ ଅଫିସର-ଡାଳିଯୋଡା ଫରେଷ୍ଟ, ବ୍ଲକ ଏଜୁକେସନ ଅଫିସର, କୁଶପଡା ଆଶ୍ରମ ସ୍କୁଲ ହେଡମାଷ୍ଟର ଏବଂ ଡାଲମିଆ ଭାରତ ଫାଉଣ୍ଡେସନର ସିଏସ୍‌ଆର ଟିମ୍‌ ଉପସ୍ଥିତ ଥିଲେ । ନିମ, ଆମ୍ବ, କାଜୁ, ପିଜୁଳି, ସଜନା ଛୁଇଁ, ଅମୃତଭଣ୍ଡା ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଚାରା ରୋପଣ ଓ ବଣ୍ଟନ କରାଯାଇଥିଲା, ଯାହା ଏହି ପ୍ରୟାସଗୁଡିକର ପରିବେଶଗତ ପ୍ରଭାବକୁ ପୁନଃ ସୁଦୃଢ କରିଥିଲା । ଏଥିସହିତ ସପ୍ତାହ ବ୍ୟାପୀ ରାଜଗାଙ୍ଗପୁର ସିମେଣ୍ଟ ୟୁନିଟ ସଫଳତାର ସହିତ ୧୦୦୦ ଚାରା କାରଖାନା ଚତୁପାଶ୍ୱର୍ରେ ସାତଟି ସ୍ଥାନ (ଏଏଫଆର

ପଛପାଶ୍ୱର୍ ପ୍ରାଚୀର କଡ କାନ୍ଥ ଏବଂ କିଷ୍କିନ୍ଦା ବନ, ବିଆରୟୁ ପାଶ୍ୱର୍, ଡାଲମିଆ ବିଦ୍ୟା ମନ୍ଦିର ସ୍କୁଲ ବଗିଚା, ଏଲ୍‌୧ ପ୍ୟାକିଂ ହାଉସ, ଏଲ୍‌୩ କ୍ଲିଙ୍କର ଗେଟ୍‌, ଇନ୍ଦ୍ରପ୍ରସ୍ଥ)ରେ ରୋପଣ କରାଯାଇଥିଲା ଏବଂ ଲାଞ୍ଜିବେର୍ଣ୍ଣା ଖଣି ଅଞ୍ଚଳରେ ୨୦୦ ଚାରା ରୋପଣ କରାଯାଇଥିଲା । ଜୁଲାଇ ୧ ତାରିଖରେ ଉଦ୍‌ଘାଟନ ଉତ୍ସବରେ ସମସ୍ତ ବିଭାଗୀୟ ମୁଖ୍ୟଗଣଙ୍କ ଉପସ୍ଥିତିରେ ଶ୍ରୀ ଚେତନ ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ଦିବସରେ କିଷ୍କିନ୍ଦା ବନରେ ଚାରା ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ଲେଡିଜ କ୍ଲବର ସଦସ୍ୟାଗଣ ଉପସ୍ଥିତ ଥିଲେ ଏବଂ ଉକ୍ତ କ୍ଲବର ପ୍ରେସିଡେଣ୍ଟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଡାଲମିଆ ଭାରତ ତାହାର ଦୀର୍ଘସ୍ଥାୟିତା ଏବଂ ଦାୟିତ୍ୱସମ୍ପନ୍ନ ଅଭିବୃଦ୍ଧି ପରମ୍ପରାକୁ ଜାରି ରଖି ଜନସାଧାରଣଙ୍କ ଅଂଶଗ୍ରହଣ ଜରିଆରେ ପରିବେଶ ସଂରକ୍ଷଣ ପ୍ରୟାସକୁ ଆଗେଇନେବା ନିମନ୍ତେ ଦୃଢ ପରିକର ରହିଛି । ବିକଳ୍ପ ସମାଧାନ ଏବଂ ପ୍ରଯୁକ୍ତିକୁ ଆପଣାଇ କମ୍ପାନୀ ‘ଗ୍ରେ ଟୁ ଗ୍ରୀନ୍‌’କୁ ରୂପାନ୍ତରିତ ହେବା ଏବଂ ତାହାର ପରିବେଶଗତ ପ୍ରଭାବ ହ୍ରାସ କରିବା ଲକ୍ଷ୍ୟ ରଖିଛି । କମ୍ପାନୀ ୨୦୪୦ ସୁଦ୍ଧା କାର୍ବନ ନେଗେଟିଭ ହେବାକୁ ପ୍ରତିବଦ୍ଧ ରହିଛି ।

Leave a Reply

Your email address will not be published. Required fields are marked *