July 26, 2024

ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି

1 min read

ପୁଣେ: ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଗୁରୁବାର ପୁଣେ ବିମାନବନ୍ଦରର ରନୱେରେ ବିମାନଟି ଏକ ଟଗ୍ ଟ୍ରାକ୍ଟର ସହିତ ଧକ୍କା ହୋଇଛି। ଏହି ସମୟରେ ବିମାନରେ ୧୮୦ ଯାତ୍ରୀ ଥିଲେ। ଘଟଣା ବିଷୟରେ ସୂଚନା ଦେଇଛନ୍ତି ବିମାନବନ୍ଦର ଅଧିକାରୀ।

ସୂଚନା ଅନୁସାରେ, ଦିଲ୍ଲୀକୁ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ରନୱେରେ ଟଗ୍ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ବିମାନର ସାମ୍ନା ଭାଗ ଓ ଅବତରଣ ଗିୟର ପାଖ ଟାୟାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏଥିରେ ବିମାନରେ ଯାତ୍ରୀ କିମ୍ବା କ୍ରୁ ମେମ୍ବର କାହାର କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *