July 7, 2026

ଦ୍ଵାଦଶ ପରୀକ୍ଷାରେ ଅମ୍ବିକା ପ୍ରଧାନ ଆଇପି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟପର

1 min read

ଘୁ.ଉଦୟଗିରି: ଯୁକ୍ତ ଦୁଇ କଳାରେ ସ୍ଥାନୀୟ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଅମ୍ବିକା ପ୍ରଧାନ ୫୧୭ ନମ୍ବର ରଖି କଲେଜ ଟପର ହୋଇଛନ୍ତି। ସମୁଦାୟ ୨୨୦ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୩୯ ଜଣ ଫାଷ୍ଟ ଡିଭିଜନ, ୩୭ ଜଣ ସେକେଣ୍ଡ ଡିଭିଜନ ଓ ୧୨୧ ଜଣ ଥାର୍ଡ଼ ଡିଭିଜନରେ ପାସ କରିଛନ୍ତି। ସମୁଦାୟ ୮୯. ୫୪% ପାସ ହୋଇଥିବା ଅଧକ୍ଷ ଶିବରାମ ସାହୁ କହିଛନ୍ତି। ୧୯୯୬ ମସିହାରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠାନର ଛାତ୍ରୀମାନେ ଭଲ ରିଜଲ୍ଟ କରି ଆସୁଛନ୍ତି ସେଥିପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା ଶିଶିର ପଟ୍ଟନାୟକ ଓ ପ୍ରତିଷ୍ଠାତା ସମ୍ପାଦକ କେ ସୂର୍ଯ୍ୟନାରାଣ ପାତ୍ର ସମସ୍ତ ଅଧାପକ ଓ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଦେବା ସହ କୃତୀ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।