January 24, 2026

୯ଟି ଜିଲ୍ଲାକୁ ସତର୍କତା ଜାରି

1 min read

ଭୁବନେଶ୍ୱର: ଆସନ୍ତା ୪ ଦିନ ରାଜ୍ୟ ରେ ରେ ପ୍ରବଳ ବର୍ଷା ସମ୍ଭାବନାରହିଛି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ କେନ୍ଦ୍ର. ଆଜି ଘଡଘଡି ବିଜୁଳି ସହ ବର୍ଷା ପାଇଁ ସତର୍କତା ଜାରି ହୋଇଛି. ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝନ୍ଦ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା ୟେଲୋ ଆଲର୍ଟ ଜାରି କରାଯାଇଛି. ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ବର୍ଷା ହୋଇପାରେ. ୧୬ ତାରିଖରେ ୫ ଜିଲ୍ଲା, ୫ ଜିଲ୍ଲାକୁ ସତର୍କ କରାଯାଇଛି. ବର୍ତ୍ତମାନ ରାଜ୍ୟରେ ମୌସୁମୀ ନିମ୍ନଚାପରେଖା ସକ୍ରିୟ ରହିଥିବା ବେଳେ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ, ଉତ୍ତର-ପୂର୍ବ ରାଜସ୍ଥାନ ଦେଇ ବାଂଲାଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

ଏହାସହ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ଘୁର୍ନି ବଳୟ ସୃଷ୍ଟି ହୋଇଛି. ଏହାର ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାହ କିଛି ସ୍ଥାନରେ ହାଲୁକା ବର୍ଷା ର ସମ୍ଭାବନା ରହିଛି ବିଶେଷ କରି ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ ରହିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି . ତାପମାତ୍ରା ୩୦ ରୁ ୩୪ ଡିଗ୍ରୀ ମଧ୍ୟରେ ରହୁଥିବାବେଳେ

ବେଳେ ଆଦ୍ରତା ପ୍ରଭାବରେ ହାଲୁକା ବର୍ଷା ସତ୍ତ୍ବେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ବାୟୁମଣ୍ଡଳ ଜଳୀୟବାଷ୍ପର ହେଉଥିବାରୁ କିଛି ସ୍ଥାନରେ ପ୍ରଚଣ୍ଡ ବର୍ଷା ହେଉଛି|

Leave a Reply

Your email address will not be published. Required fields are marked *