November 4, 2024

ଶିମିଳିପାଳ ଜଗିବ AI କ୍ୟାମେରା

1 min read

ବାରିପଦା : AI କ୍ୟାମେରା ନଜରରେ ରହିବ ଶିମିଳିପାଳ ଜଙ୍ଗଲ । ଜଙ୍ଗଲରେ ହେଉଥିବା ଅବାଧ ଶିକାର ଉପରେ ଲାଗିବ ରୋକ୍, ସୁରକ୍ଷିତ ରହିବ ଜଙ୍ଗଲ । ଶିକାର ଆଉ ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବ AI କ୍ୟାମେରା । ୩୬୦ ଡିଗ୍ରୀ ମୁଭମେଣ୍ଟରେ ଜଙ୍ଗଲ ଭିତରର ପ୍ରତିଟି ଦୃଶ୍ୟ କଏଦ ହେବ କ୍ୟାମେରାରେ। ଅନେକ ସମୟରେ ଶିମିଳିପାଳ ଜଙ୍ଗଲରୁ ବେଆଇନ ଭାବରେ ବିଭିନ୍ନ ଉପାୟରେ ଶିକାରୀମାନେ ଶିକାର କରୁଛନ୍ତି ।

ସେମାନଙ୍କର କୌଣସି ସନ୍ଧାନ ବନ ବିଭାଗ କର୍ମଚାରୀମାନେ ପାଇ ପାରୁନାହାନ୍ତି । ସେଥିପାଇଁ AI କ୍ୟାମେରା ଭଳି ଅତ୍ୟାଧୁନିକ ପଦ୍ଧତି ଆପଣାଯାଇଛି । ଜଙ୍ଗଲ ଭିତରେ ଘଟୁଥିବା ପ୍ରତିଟି ଘଟଣା କଏଦ କରିବ AI କ୍ୟାମେରା ।

ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଚଳପ୍ରଚଳ ସହିତ ସେମାନଙ୍କୁ କ୍ଷତି ପହଞ୍ଚାଉଥିବା ଶିକାରୀମାନେ ମଧ୍ୟ ଏହି କ୍ୟାମେରାରେ କଏଦ ହେବେ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଟିମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ ପ୍ରଥମ

ଥର ପାଇଁ ଶିମିଳିପାଳରେ AI କ୍ୟାମେରା କାର୍ଯ୍ୟକାରୀ ହେବ ବୋଲି ଶିମିଳିପାଳ ଡେପୁଟି ଡାଇରେକ୍ଟର କହିଛନ୍ତି । AI କ୍ୟାମେରା ମାଧ୍ୟମରେ ଯଦି ଜଙ୍ଗଲ ଭିତରେ ନିଆଁ ଲାଗିବ ତେବେ ସେ ସମ୍ପର୍କରେ ମଧ୍ୟ ବନ

ବିଭାଗ କର୍ମଚାରୀମାନେ ଜାଣିପାରିବେ । ଜଙ୍ଗଲ ଭିତରେ ନିଆଁ ଲାଗିଲେ, ଯଦି କେହି ବନ୍ୟଜନ୍ତୁଙ୍କୁ ଶିକାର କରିବା ସହିତ ଜଙ୍ଗଲରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କଲେ ତେବେ ତୁରନ୍ତ STR ଟିମ୍ କୁ ନୋଟିଫିକେସନ

ଯିବ । ଫଳରେ ବନ ବିଭାଗ କର୍ମଚାରୀମାନେ ଏହି ଘଟଣା ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବେ ।

Leave a Reply

Your email address will not be published. Required fields are marked *