April 30, 2026

୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ଆଦିତ୍ୟନାଥ

1 min read

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ବୁଧବାର ଦିନ ଭୋର୍ ସମୟରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ରାଜ୍ୟ ସରକାର ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ପ୍ରଥମ ଘୋଷଣାରେ ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିବାକୁ ସିଏମ୍ ଘୋଷଣା କରିଛି। ଏହା ସହିତ ନ୍ୟାୟିକ କମିଟି ସମ୍ବନ୍ଧରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ୩ ସଦସ୍ୟ ବିଶିଷ୍ଟ କମିଟି ଅଧୀନରେ ସିଏମ୍ ମଧ୍ୟ ନ୍ୟାୟିକ ତଦନ୍ତ ଘୋଷଣା କରିଛନ୍ତି। ତୃତୀୟ ଘୋଷଣା ଭାବରେ ସେ ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କୁ ପୟାଗରାଜ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।